Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ଶକ୍ତି ସଂରକ୍ଷଣ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ଶକ୍ତି ସରଂକ୍ଷଣ କ୍ଲବ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ , ସହକାରୀ ଶିକ୍ଷକ ଜଗଦିଶ ପଧାନ , ମୀନକେତନ ରଣା , ଜୀବର୍ଦ୍ଧନ ରଣା , ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ବୃକ୍ଷ ରୋପଣ ଏକ ମହତ କାର୍ଯ୍ୟ ବୋଲି ନିଜର ମତବ୍ୟକ୍ତ କରିବା ସହ ପ୍ରାୟ 30 ଜଣ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କରିବା ସହ ପରିବେଶ ସୁରକ୍ଷା କରିବାକୁ ଶପଥ ଗ୍ରହଣ କରିଥିଲେ। କ୍ଲବ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ଗୌରୀଶଙ୍କର ପୁଜାହାରୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବାବେଳେ ବିଦ୍ୟାଳୟର କର୍ମଚାରୀ ସିଧେଶ୍ୱର ମେଣ୍ଡିଲି , ସରୋଜ କୁମାର ଭୁକ୍ତା ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ।