Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବେଛାକୃତ ରକ୍ତଦାନ ପାଇଁ ଅଧ୍ୟାପକ ମୋହନ ବିଷି ପାଇଲେ ରକ୍ତ ବୀର ସମ୍ମାନ, ବିଭିନ୍ନ ମହଲ ରୁ ପ୍ରଶଂସା।

କଳାହାଣ୍ଡି:୦୧/୧୦
ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନ ଚରଣ ବିଷି ଚଳିତ ବର୍ଷ ପାଇଁ ରକ୍ତ ବୀର ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ଵରସ୍ଥିତ ରେଡକ୍ରସ୍ ଭବନ ପରିସରରେ ଆୟୋଜିତ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଶ୍ରୀ ବିଭୁତି ଭୁଷଣ ପଟ୍ଟନାୟକ, ଅବୈତନିକ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲଲାଟେନ୍ଦୁ ମହାନ୍ତି,ଡିସି,ସମ୍ମାନିତ ଅତିଥି ଭାବେ ଡ. ଦେବୀପ୍ରସାଦ ମିଶ୍ର,ଡ.ଗିରିଜା ନନ୍ଦନ କାନୁନଗୋ,ଡ. ସନ୍ତୋଷ ମିଶ୍ର,ରାଜ୍ୟ ଯୁବ ରେଡକ୍ରସ୍ ଅଧିକାରୀ ଡ.ରମେଶ ଚନ୍ଦ୍ର ବେହେରା ମଞ୍ଚାସୀନ ଥିଲେ। ରାଜ୍ୟ କନିଷ୍ଠ ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଡ଼. ପ୍ରଦୀପ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଶ୍ରୀଯୁକ୍ତ ବିଷିଙ୍କୁ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରକ୍ତବୀର ସମ୍ମାନ ମିଳିଛି। ନିକଟରେ ସେ ୫୦ ତମ ରକ୍ତଦାନ କରିବା ସହ ଅନ୍ୟ ମାନଙ୍କୁ ସ୍ଵେଚ୍ଛାକୃତ ରକ୍ତଦାନ କରିବା ପାଇଁ ପ୍ରୋତ୍ସାହିତ କରି ଆସୁଛନ୍ତି। ଏହା ବ୍ୟତିତ ଯୁବପିଢ଼ିଙ୍କୁ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସାମିଲ୍ କରିବା ସହ ସେହି ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଦିଗରେ ବିଭିନ୍ନ ସମ୍ବାଦପତ୍ର ଗୁଡିକରେ ତାଙ୍କର ଲେଖାମାନ ନିୟମିତ ପ୍ରକାଶ ପାଇ ଆସୁଛି । ଏହାବ୍ୟତୀତ ଶ୍ରୀଯୁକ୍ତ ବିଷି ଜଣେ ନିୟମିତ ସ୍ତମ୍ଭ ଲେଖକ,କବି ଓ ଗାଳ୍ପିକ,ତାଙ୍କର ତିନିଗୋଟି ପ୍ରବନ୍ଧ ପୁସ୍ତକ ଯେମିତି ଦୃଷ୍ଟି, ତାରୁଣ୍ୟର ଅଭିଷେକ ଓ ଅନ୍ୟାନ୍ୟ ପ୍ରସଂଗ ଏବଂ ମତାନ୍ତର ମନାନ୍ତର ପ୍ରକାଶିତ ହୋଇଛି। ସେ କୋକସରା ସଦର ମହକୁମା ପଞ୍ଚାୟତ ଅନ୍ତର୍ଗତ ଗଡରାମାଲ ଗ୍ରାମର ଅଧିବାସୀ ଅଟନ୍ତି।ଏହି ସଫଳତା ପାଇଁ କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ,ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ,କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ ଆବାହକ ସମ୍ପାଦକ ସଞ୍ଜୀବ କୁମାର ସାହୁ ଓ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ଓ କର୍ମଚାରୀ,ଶାରଳା ପୁରସ୍କାର ପ୍ରାପ୍ତ ଲେଖକ ଜୟନ୍ତ ବେହେରା,ଡ଼.ଜୟଦେବ ସାହୁ, ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଧ୍ୟାପକ ସଂଜୟ କୁମାର ପୁରୋହିତ, କବି ପଙ୍କଜ ମୁଖ ଚଉଧରୀ, କଳାହାଣ୍ଡି ଯୁବ ରେଡକ୍ରସର ପରାମର୍ଶଦାତା ତଥା ଶୁଭେଚ୍ଛୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।