Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏସଏସ ପକ୍ଷରୁ ଜାତୀୟ ସେବା ଯୋଜନା ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ।

କଳାହାଣ୍ଡି:୦୧/୧୦
କଳାହାଣ୍ଡି କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଏନଏସଏସ ପକ୍ଷରୁ ମଙ୍ଗଳବାର ଜାତୀୟ ସେବା ଯୋଜନା ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଐରି ନାଶନ ଚିନ୍ଦା ଙ୍କ ତତ୍ୱାବଧାନ ରେ ଏନ ଏସ ଏସ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ଡିଗ୍ରୀ ମହାବିଦ୍ୟାଳୟ ପରିସର ଓ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ଵଛତା କାର୍ଯ୍ୟକ୍ରମ କରି ମଇଳା ଆବର୍ଜନା ସଫା ସୁତୁରା କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ନିଜ ପରିବେଶକୁ ଅଳିଆ ମୁକ୍ତ କରିବାକୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର, ଅଧ୍ୟାପକ ସୁବ୍ରତ କୁମାର ବେହେରା, ଏନ ସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ଅଧ୍ୟାପିକା ବେଦମତି ବାରିକ, କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ ଓ ଅନ୍ୟମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ