Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଲିନ୍ ସୋନପୁର ଗ୍ରିନ ସୋନପୁର ପାଇଁ ସଙ୍କଳ୍ପ ନେଲେ ବରିଷ୍ଠ ନାଗରିକ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ଶ୍ରୀ ଗୋପାଳଜୀ ତମଶ୍ଵା ଯୋଗାଳୟ, ବରିଷ୍ଠ ନାଗରିକ ସଂଘ, ସ୍ଵଚ୍ଛ ଭାରତ ସଂଗଠନ ଏବଂ ବନ ବିଭାଗ ସୋନପୁର ର ମିଳିତ ଉଦ୍ୟମରେ ତଥା ସର୍ବ ବରିଷ୍ଠ ୮୫ ବର୍ଷୀୟ ଯୋଗୀ ମୃତ୍ୟୁଞ୍ଜୟ ନାରାୟଣ ଦାସଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ବଳିଷ୍ଠ ନେତୃତ୍ଵରେ ଏକ ସବୁଜ ସୋନପୁର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ମହାନଦୀ ସେତୁ ଠାରୁ ତେଲ ନଦୀ ସେତୁ ପର୍ଯ୍ୟନ୍ତ ଏକ ଗ୍ରୀନ କରିଡ଼ର ଲକ୍ଷ୍ୟ ନେଇ ନିର୍ମାଣଧିନ ରିଂ ରୋଡ଼ର ଉଭୟ ପାର୍ଶ୍ୱରେ ଫଳ ଓ ଛାୟା ପ୍ରଦାନ ପାଇଁ ବୃକ୍ଷ ଗୁଆ, ନଡ଼ିଆ, ପିଜୁଳି, ଆତ, କଦମ୍ବ, ବଉଳ ପ୍ରଭୃତି ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ସବୁଜ ସୋନପୁର ବିପ୍ଲବ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାଟି ମା ଙ୍କୁ ପୁଜା ଅର୍ଚ୍ଚନା କରି ଏକ ନଡ଼ିଆ ଚାରା ରୋପଣ କରିବା ସହ ଗଛ ଜଗାଅ ପୃଥିବୀ ବଞ୍ଚାଅ ନାରା ଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏବଂ ଏଇ ଉଦ୍ୟମ କୁ ଉଚ୍ଚ ପ୍ରଶଂସା କରି ଆଗାମୀ ଦିନ ରେ ସୋନପୁର ପର୍ଯ୍ୟଟନ ର ବିକାଶ ଦିଗରେ ସହାୟକ ହେବା ସହ ଗ୍ରୀନ କରିଡ଼ର ମିଶନ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗାଳୟର ଅଧ୍ୟକ୍ଷ ଡ.ସନ୍ତୋଷ କୁମାର ପାଢ଼ୀ, ସଭାପତି ହରିହର ଶତପଥୀ, ସମ୍ପାଦକ ଡ଼.ଆର୍ତ୍ତତ୍ରାଣ ବାବୁ, ଏହି ଗ୍ରୀନ ମିଶନର ମୁଖ୍ୟ ପୁରୋଧା ଯୋଗୀ ମୃତ୍ୟୁଞୟ ଦାସ, ବରିଷ୍ଠ ନାଗରିକ ସଂଘ ସଭାପତି ଡ଼ ଜ୍ୟୋତି ରଞ୍ଜନ ବହିଦାର, ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସ୍ଵଚ୍ଛ ଭାରତ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ, ଡ଼ା ସରୋଜ ପଟେଲ, ପ୍ରତାପ ଦାଶ, ବନପାଳ ଭକ୍ତବନ୍ଧୁ ମିଶ୍ର ଙ୍କ ସମେତ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ଣ୍ଣଚ଼ନ୍ଦ୍ର ଦାସ, ଦୟାନିଧି ସେଠୀ, ପ୍ରଦୀପ ପୁରୋହିତ, ବିଭୂତି ଶତପଥୀ, ପ୍ରଶାନ୍ତ ସାହୁ, ନିରଞ୍ଜନ ତ୍ରିପାଠୀ, ସୁବାଷ ଧରୁଆ, ଅମର ଭୁତ, ନରେଶ୍ ଅଗ୍ରୱାଲ, ସୁରେଷ ମେହେର ଆଦି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର ଶତାଧିକ ସଦସ୍ୟ ଯୋଗଦାନ କରିଥିଲେ। ଯୋଗୀ ଶ୍ରୀ ମୃତ୍ୟୁଞ୍ଜୟ ଦାସ ନିଜ ପେନସନ ଟଙ୍କାରେ ଏଇ ମିଶନ ଆରମ୍ଭ କରି ଥିବାରୁ ଓ ସୋନପୁର ବନ ବିଭାଗର କଠିନ ପରିଶ୍ରମ, ଯତ୍ନ ଓ ଏହାର ରକ୍ଷଣା ବେକ୍ଷଣ ର ସମ୍ପୁର୍ଣ୍ଣ ସହଯୋଗ ପାଇଁ ସଂକଳ୍ପ ନେଇଥିବାରୁ ସହର ର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରଯାଇଛି।