Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମୂର୍ଷୁ ଅବସ୍ଥାରେ ବୁଦାମୂଳ ରୁ ନବଜାତକ ଶିଶୁ କନ୍ୟା ଉଦ୍ଧାର, ଜୀବନଦାନ ଦେଲେ ଗ୍ରାମବାସୀ।

କଳାହାଣ୍ଡି:୦୨/୧୦
ଅଲୋଡ଼ା ହୋଇଛି ଶିଶୁକନ୍ୟା, ଜନ୍ମର କିଛି ସମୟ ପରେ ମାନବିକତା ଭୁଲି ବୁଦାମୂଳ ରେ ମରଣ ମୁହଁକୁ ଠେଲିଦେଇ ଚାଲିଗଲେ। ତେବେ କିଛି ସମୟ ପରେ କିଛି ଯୁବକ ଶିଶୁ ର କାନ୍ଦ ଶୁଣି ଅନ୍ଧାର ରାତିରେ ବୁଦାମୂଳ ରେ ଶିଶୁ କୁ ଠାବ କରିବା ସହ ଉଦ୍ଧାର କରିଥିଲେ। ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ଥାନା ରଣମାଲ ପଞ୍ଚାୟତ ଅନ୍ତର୍ଗତ ଭୁର୍ସିଗୁଡା ଗାଁ ଠାରେ।
ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଗାଁ ର କିଛି ଯୁବକ ରାସ୍ତାରେ ବୁଲିବା ପାଇଁ ଆସିଥିଲେ।ଏ ସମୟରେ ପାଖରେ ଥିବା ଏକ ବୁଦାମୂଳ ରୁ ଏକ ଛୁଆର ବିକଳ କାନ୍ଦଣା ଶୁଣିବାକୁ ମିଳିଥିଲା।କଣ ହୋଇଛି ବୋଲି ଯୁବକ ମାନେ ମୋବାଇଲ ଟର୍ଚ୍ଚ ମାରି ଯାହା ଦେଖିଲେ ସେଇ ଦୃଶ୍ୟ ହୃଦୟ କୁ ଥରାଇ ଦେଇଥିଲା। କେହିଁ ଜଣେ ନବଜନ୍ମିତ ଶିଶୁକନ୍ୟା ବୁଦାମୂଳ ରେ ମରଣ ମୁହଁରେ ଛାଡି ଦେଇଥିଲା । ଯୁବକ ମାନେ ତୁରନ୍ତ ଗାଁ ର ଆଶା, ଅଙ୍ଗନବାଡ଼ି,ସ୍ଥାନୀୟ,,ପୋଲିସ,ସାମ୍ବାଦିକ ,ସ୍ବେଚ୍ଛାସେବୀଙ୍କୁ ଖବର ଦେଇଥିଲେ।ପରେ ଶିଶୁକନ୍ୟା ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରଣମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ଶିଶୁ କନ୍ୟା ର ଓଜନ ୧୨ ଶହ ଗ୍ରାମ ଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ର ରହିଛି ବୋଲି ଜଣାପଡ଼ିଛି। NICU ୱାର୍ଡ଼ ରେ ଶିଶୁ ର ଚିକିତ୍ସା ଚାଲିଛି। ଜିଲ୍ଲା ସିଡବ୍ଲୁସି ଓ ଚାଇଲଡ଼ ପ୍ରୋଟେକ୍ସନ ୟୁନିଟ କୁ ଅବଗତ କରାଯାଇଛି। ଆଶା କର୍ମି ବିଦୁଲତା ଲେଞ୍ଜିଆ, ଅଙ୍ଗନବାଡି କର୍ମି ଦୁର୍ମିଳା ନାଏକ, ସ୍ଥାନୀୟ ଜଣେ ମହିଳା ଜୟନ୍ତୀ ଦୁର୍ଗା ସ୍ୱେଚ୍ଛାସେବୀ ବେଣୁପାଣି ଦୁର୍ଗା, ଗୋବର୍ଦ୍ଧନ ଦୁର୍ଗା,ଟଙ୍କଧର ଲହଜଳ, ରମେଶ ବେହେରା, ଗୋଲେଖ ତାଣ୍ଡି ପ୍ରମୁଖ ଶିଶୁ କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିବା ସହ ସିଡବ୍ଲୁସି କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହା ଅବୈଧ ସଂପର୍କ ନା ଅଲୋଡା ଶିଶୁକନ୍ୟା ପାଇଁ ଏମିତି ଅମାନବୀୟ ଘଟଣା ଘଟିଛି ତାକୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ହେଉଛି।
ରିପୋର୍ଟ–ସନତ କୁମାର ପ୍ରଧାନୀ