Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତରା ସମାଜ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ, ସମାଜ କୁ ଶୃଙ୍ଖଳିତ ରଖିବାକୁ ଆହ୍ୱାନ।

କଳାହାଣ୍ଡି:୦୩/୧୦
ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସରିଥିଲେ ମଧ୍ୟ ନୂଆଁଖାଇ ର ମହକ ସରିନାହିଁ। ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ଜରିଆରେ ସମାଜ ରେ ଏକତା ଓ ଭାଇଚାରା କୁ ସୁଦୃଢ଼ କରିବା ପାଇଁ ନୂଆଁଖାଇ ଭେଟଘାଟ ହେଉଛି ଏକ ମାଧ୍ୟମ। ଏହି ପରିପ୍ରେକ୍ଷୀରେ ଜୟପାଟଣା ବ୍ଲକ ପଲସ ଅଞ୍ଚଳ ସ୍ଥିତ ବଡ଼ ପୁଝାରି ଗୁଡା ଗ୍ରାମ ରେ ଭତରା ସମାଜ ପକ୍ଷରୁ ସମାଜ ର ଆରାଧ୍ୟ ଭୈରବ ଦେବ ଙ୍କ ନିକଟରେ ନୂଆଁ ଲଗାଇବା ସହ ନବାର୍ଣ୍ଣ ଭକ୍ଷଣ କରିବା ପରେ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜ ର ସମସ୍ତେ ନିଜ ନିଜ ମଧ୍ୟରେ ଜୁହାର ଭେଟ ହୋଇଥିଲେ।ପରେ ସାମାଜିକ କର୍ମକର୍ତ୍ତା ଙ୍କୁ ନେଇ ନୂଆଁଖାଇ ଭେଟଘାଟ ଅବସର ରେ ଏକ ବୈଠକ ବଡ଼ ପୁଝାରି ଗୁଡା ସଭାପତି ପୁସ୍ତମ ପୁଝାରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଭାବେ କର୍ମଚାରୀ ସଙ୍ଘ ସଭାପତି ଇଂ ତ୍ରୁପ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ରଣସାଏ ପାତ୍ର, ବୃନ୍ଦାବନ ପୁଝାରି, ସୁଶାନ୍ତ ମାଝୀ,ବଂଶୀଧର ଚଳାନ, ସୁଧୀରଗୋପାଳ ପୁଝାରି, ବଳରାମ ପୁଝାରି, ପଦମ ପୁଝାରି,ଥବିର ଧ.ମାଝୀ, ଭୁବନେଶ୍ୱର ଦିଶାରୀ,ମହେନ୍ଦ୍ର ଦିଶାରୀ,ସୁଧୀର ଧଙ୍ଗଡା ମାଝୀ,ମଞ୍ଚ ରେ ଉପସ୍ଥିତ ରହି ନୂଆଁଖାଇ ର ଏହି ଭେଟଘାଟ କାର୍ଯ୍ୟକ୍ରମ ଭତରା ସମାଜ ର ସଂସ୍କୃତି, ପରମ୍ପରା,ଭାଇଚାରା କୁ ବଜାୟ ରଖୁ ବୋଳି ମତ ଦେଇଥିଲେ।କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା ରେ ମାନସିଂ ଦିଶାରୀ ସହଯୋଗ କରିଥିବା ବେଳେ ଜଳନ୍ଧର ଧଙ୍ଗଡା ମାଝୀ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଜୟପାଟଣା ଅଞ୍ଚଳ ର ଶତାଧିକ ସମାଜ ର ପୁରୁଷ ମହିଳା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।