Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନାଗଡ଼ ବିଧାୟକ ଙ୍କ ଗାଡିକୁ ଅଣ୍ଡା ମାଡ଼ ଓ କଲା ପତାକା ପ୍ରଦର୍ଶନ ।

କଳାହାଣ୍ଡି:୦୪/୧୦
ରିପୋର୍ଟ-ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୁ ବିଧାୟକ ଥିବା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗୁରୁବାର ଗୋଳାମୁଣ୍ଡା ବ୍ଲକ ସର୍ଵ ମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟ କୁ ନୂତନ ନିର୍ମାଣ ହୋଇଥିବା କୋଠା ଉଦଘାଟନ କାର୍ଯ୍ୟକ୍ରମ କୁ ଯାଉଥିବା ବେଳେ ଗୋଳାମୁଣ୍ଡା ଡିଗ୍ରୀ ମହାବିଦ୍ୟାଳୟ କୁ ପହଞ୍ଚିବା ପୂର୍ବରୁ ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ ଓ କଲା ପତାକା ଦେଖାଇ ଦିବ୍ୟ ଶଙ୍କର ଗୋ ବେକ ନାରା ଦେଇ କିଛି ଯୁବକ ମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଗୋଲାମୁଣ୍ଡା ସର୍ବ ମଙ୍ଗଳା ମହାବିଦ୍ୟାଳୟ ର ନୂତନ କୋଠା ଗୃହ ଉଦଘାଟନ ପାଇଁ କଳାହାଣ୍ଡି ସାଂସଦ ମାଲବିକା ଦେଓ, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ଅନ୍ୟ ଅତିଥି ମାନେ ଉପସ୍ଥିତ ହୋଇଥିଲେ । କିଛି ସମୟ ପରେ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପହଞ୍ଚିଥିବା ବେଳେ ତାଙ୍କ ଗାଡି ଉପରକୁ କିଛି ଯୁବକ ମାନେ ଅଣ୍ଡା ମାଡ଼ କରିଥିବା ଦେଖିବକୁ ମିଳିଥିଲା। ତେବେ ଅଣ୍ଡା ମାଡ଼ କରିଥିବା ଯୁବକ ମାନେ କେଉଁ କାରଣରୁ ଅଣ୍ଡା ମାଡ଼ କରିଛନ୍ତି ତାର ସଠିକ ତଥ୍ୟ ଖବର ଲେଖିବା ପର୍ଯ୍ୟନ୍ତ ଜଣାପଡି ନାହିଁ ।