Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ମାୟା ନଗରୀ ରେ ନୂଆଁଖାଇ ଭେଟଘାଟ।

କଳାହାଣ୍ଡି:୦୬/୧୦
ରିପୋର୍ଟ-ସନତ କୁମାର ପ୍ରଧାନୀ
ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବୀର ସାବରକର ଭବନ ଦାଦର ରେ ବହୁ ଧୁମଧାମରେ ପାଳନ କରାଯାଇଥିଲା।ଏହି ଉତ୍ସବ ରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ଗୀତିକାର ମିତ୍ରଭାନୁ ଗୌନ୍ତିଆ ଏବଂ ଡାକ୍ତର ସପନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିଥିବା ବେଳେ ,ପଦ୍ମଶ୍ରୀ ସାଧୁ ମେହେର ଜୁହାର ଶୋଭନିଅର ୨୦୨୩ -୨୪ କୁ ଉନ୍ମୋଚିତ କରି ନୂଆଖାଇ ଭେଟଘାଟ କୁ ଆରମ୍ଭ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ପଟନାୟକ ଶ୍ରୀମତୀ ଚାରୂଲତା କର କାର୍ଯ୍ୟନିର୍ବାହୀ ଅଧିକାରୀ ଆୟକର ବିଭାଗ ମୁମ୍ବାଇ, ପ୍ରତ୍ୟୁଷ ପଣ୍ଡା, ରବି ନାରାୟଣ ଷଡ଼ଙ୍ଗୀ ଡାକ୍ତର ଗୌତମ ତ୍ରିପାଠୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ପଶ୍ଚିମ ଓଡିଶାର ବ୍ୟକ୍ତି ବିଶେଷ କଳା ସଂସ୍କୃତି ଓ ପରମ୍ପରା କୁ ବିଶ୍ଵଦରବାରରେ ପହଞ୍ଚାଇବା ସହ ପ୍ରବାସି ଭାବରେ ଯୋଉ ସବୁ ପଶ୍ଚିମ ଓଡ଼ିଶାର ଭାଇ ଭଉଣୀ ମାନେ ଭାରତ ର ମାୟା ନଗରୀରେ ରହୁଛନ୍ତି ସେମାନଙ୍କୁ ବର୍ଷ ରେ ଗୋଟେ ଦିନ ରେ ଏକତ୍ରିତ ଭାବରେ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।ସୁନ୍ଦରଗଡ଼ ଦେବଗଡ଼ ସମ୍ବଲପୁର ବରଗଡ଼ ନୂଆପଡା ବଲାଙ୍ଗୀର ସୋନପୁର ବଉଦ ଏବଂ କଳାହାଣ୍ଡି ଜିଲ୍ଲା ଅନେକ ପ୍ରବାସୀ ଓଡ଼ିଆ ପରିବାର ବହୁ ନିରାଡ଼ମ୍ବର ରେ ନୂଆଖାଇ ଭେଟଘାଟ କୁ ଉପଭୋଗ କରି ମୁମ୍ବାଇ ରେ ଲୋକନୃତ୍ୟ ଘୁମୁରା,ବଜାସାଲ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ସମ୍ବଲପୁର ର ରଂଗଫରୁଆ ଅନୁଷ୍ଠାନ ତରଫରୁ ବିଭିନ୍ନ ସାସ୍କୃତିକ ଅନୁଷ୍ଠାନ ତାଙ୍କର କାର୍ଯ୍ୟକ୍ରମ ରେ ଦର୍ଶକ ଙ୍କ ମନ ଜିଣିଥିଲେ।ଏହି କଯ୍ୟକ୍ରମ ରେ ଅନେକ ପ୍ରବାସି ଓଡ଼ିଆ ଭାଇ ଭଉଣୀ ଙ୍କୁ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ଓ ପଶ୍ଚିମ ଓଡ଼ିଶା ର ଗାରିମା କୁ ସୁଦୃଢ କରିବା ସକାଶେ ପ୍ରୋତ୍ସାହିତ କରା ଯାଇଥିଲା। ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇ ଏବଂ ଜୁହାର ଫୌଣ୍ଡସନ ତରଫରୁ ଚାଟାର୍ଜି ପ୍ରଦୀପ ପଣ୍ଡା, ରବୀନ୍ଦ୍ର ଷଡଙ୍ଗୀ ଦୀପକ ଠାକୁର,ବିନା ଠାକୁର ସୁଷମା ପଣ୍ଡା ପୂଜା କବିତା ସାହାଣୀ ଚମ୍ପକ ତ୍ରିପାଠୀ ପ୍ରତ୍ୟୁଷ ପଣ୍ଡା ଏବଂ ପ୍ରଣବ ଭୋକ୍ତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।