Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା କାଲି ବୁଢ଼ାରଜା ଦଶରା ସ୍ଥିତି ଅନୁଧ୍ୟାନ କଲେ,ଉପ ଜିଲ୍ଲାପାଳ।

କଳାହାଣ୍ଡି:୧୮/୧୦
ରିପୋର୍ଟ—ସନତ ପ୍ରଧାନୀ
ଆସନ୍ତା କାଲି ପାଳନ ହେବ କଳାହାଣ୍ଡି ଜିଲ୍ଲା ର ପ୍ରସିଦ୍ଧ ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶରା। କୋକସରା ବ୍ଲକ ଆମପାଣି ଘାଟି ତଳେ ପୂଜା ପାଉଛନ୍ତି ଜନ ମାନସ ଓ ଆଦିବାସୀ ଙ୍କ ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ।
ଦଶରା ରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେଉ ଥିବାରୁ ଉପଖଣ୍ଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ତହସିଲଦାର ନବୀନ ପାଢ଼ୀ,ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା,ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା, ଓ ବୁଢ଼ାରଜା ଦଶରା କମିଟି ପକ୍ଷରୁ ବୁଢ଼ାରଜା ଦଶରା କୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ପାଳନ କରିବା ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୁଢ଼ାରଜା ଦଶରା ରେ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ଓ ଜାତୀୟ ରାଜପଥ ୨୬ ଦେଇ ଟ୍ରାଫିକ ବ୍ୟବସ୍ଥା କୁ ନିୟନ୍ତ୍ରଣ କରି ଗାଡି ମୋଟର ଯାତାୟତ ରେ ସୁପରିଚାଳନା,ଲାଠିଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ନେଇ ବୈଠକରେ ଆଲୋଚନା କରିଥିଲେ।ବୈଠକରେ କମିଟିର ସଭାପତି କୁମୁଦ ଚନ୍ଦ୍ର ପୁଝାରି,ସମ୍ପାଦକ ନକୁଳ ବାଣୁଆ,ସହ ସମ୍ପାଦକ ସନ୍ତୋଷ ମାଝୀ,ଜିତେନ୍ଦ୍ର ପଣ୍ଡା, ଋତୁରାଜ ମାଝୀ, ବିଘ୍ନେସ୍ଵର ନାଏକ,ତ୍ରିନାଥ ପ୍ରସନ୍ନ ରାୟ,ମନୋରଞ୍ଜନ ବାଣୁଆ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ବି ଭାସ୍କର ରାଓ, ଅଜୟ ପଣ୍ଡା ସମେତ ଗ୍ରାମବାସୀ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ