Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରଶୁଣ୍ଢୀ ଗଜଲକ୍ଷ୍ମୀ ପୂଜା ଉତ୍ସବ ଉପଲକ୍ଷେ ସୁରାସୁର ଦରବାର ରେ ବହୁ ରାଜ ଅତିଥି

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୨ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାରର ରବିବାର ଚତୁର୍ଥ ସନ୍ଧ୍ୟା ରେ ନାଟ୍ୟlଭିନୟ କ୍ରମେ ବରୁଣପୁରେ ଦେବର୍ଷି ନାରଦ ପ୍ରବେଶ କରି ଲକ୍ଷ୍ମୀଙ୍କ ବିବାହ ପାଇଁ ବରୁଣ ରାଜା ଙ୍କ ସହ ଆଲୋଚନା କରିଛିନ୍ତି I ଏହାପରେ ଲକ୍ଷ୍ମୀ ଙ୍କ ବିବାହ କରାଇବା ପାଇଁ ସ୍ଵୟଂମ୍ବର ସଭା ର ଆୟୋଜନ ନିମନ୍ତେ ପରାମର୍ଶ ଦେଇଥିଲେ l ଏହାସହ ତିନିପୁର ରାଜାଙ୍କୁ ନିମନ୍ତ୍ରଣ କରି ଆଣିବାକୁ ନାରଦ ପ୍ରତିଶ୍ରୁତି ଦେଇଛନ୍ତି। ପରବର୍ତ୍ତୀ ସମୟରେ ମୁରାସୁର ପାଖରେ ପ୍ରବେଶ କରିଛିନ୍ତି ଦେବର୍ଷି ନାରଦ l ବରୁଣ ରାଜା ଲକ୍ଷ୍ମୀ ଙ୍କ ବିବାହ ପାଇଁ ସ୍ଵୟଂମ୍ବର ସଭା ର ଆୟୋଜନ କରିଥିବା ନିର୍ଦ୍ଦେଶ ଦେଇଛନ୍ତି ମୁରାସୁରକୁ I ଏହିଭଳି ଦୃଶ୍ୟ ମୁକ୍ତାକାଶ ରଙ୍ଗମଞ୍ଚରେ ପର୍ଯ୍ୟାୟକ୍ରମେ ମଞ୍ଚସ୍ଥ ହୋଇଥିଲା । ରବିବାର ସନ୍ଧ୍ୟା ରେ ରାଜା ମୁରାସୁର ପାତ୍ରମନ୍ତ୍ରୀଙ୍କ ସହ ଶୋଭାଯାତ୍ରା ରେ ନଗର ପରିକ୍ରମା କରିବା ପରେ ଦରବାରରେ ପହଞ୍ଚିଥିଲେ। ରାଜ ନର୍ତ୍ତକୀ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ହୋଇଥିଲା। ମହାରାଜଙ୍କ ଆଦେଶ କ୍ରମେ ଗଜଲକ୍ଷ୍ମୀ ପୂଜା କମିଟି ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ରାଜ ସଭାରେ ରାଜ ଅତିଥି ଭାବେ ଆଇନଜୀବୀ ଗୈାରୀଶ୍ୟାମ ଶଙ୍କର ପଣ୍ଡା ମୁଖ୍ୟ ଅତିଥି, ବୀରମହାରାଜପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦିପ କୁମାର ସେଠୀ, ମୁର୍ଷୁଣ୍ଢୀ ରଘୁନାଥ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଲିଆ କର୍ମୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । କମିଟି ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ, ଉପଢୌକନ ଓ ସୃତି ଫଲକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମା ‘ ଗଜଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। କମିଟିର ସମସ୍ତ ସଦସ୍ୟ ଉପସ୍ଥିତିରେ ପୁଷ୍ପାଞ୍ଜଳି ଓ ଆଳତି କାର୍ଯ୍ୟକ୍ରମ ହେଉଛି । ବ୍ୟାସ ପଣ୍ଡିତ ଅଜିତ କୁମାର ଦାସଙ୍କ ଦ୍ବାରା ରବିବାର ରାମ ବନବାସ ପ୍ରସଙ୍ଗ ଉପରେ ପୁରାଣ ପାଠ ହେଉଅଛି। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରବଣ କରୁଛନ୍ତି। ମହିଲା ସଂକୀର୍ତ୍ତନ ବୈଠକ ସୁନିତା ସାହୁ ଓ ନିକିତା ବେହେରା ଙ୍କ ମଧ୍ୟରେ ପରିବେଷଣ ହୋଇଥିଲା । ବହୁ ଦର୍ଶକ ଙ୍କ ଗହଳି ଲାଗିରହିଥିଲା ବିଳମ୍ବିତ ରାତି ପର୍ଯ୍ୟନ୍ତ I