Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ ଙ୍କ ପରଲୋକ।

କଳାହାଣ୍ଡି:୨୨/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
କଳାହାଣ୍ଡିର ଜଣେ ପରିଚିତ ବ୍ୟକ୍ତିତ୍ଵ,ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଦ୍ୱିବେଦୀଙ୍କ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଆଜି ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ପରଲୋକ ଘଟିଛି । ଜଣେ ନିଷ୍ଠାପର, ନିର୍ଭୀକ
,ସ୍ଵାଭିମାନୀ ସାମ୍ବାଦିକ ଭାବରେ ସେ ରାଜ୍ୟ ସାରା ପରିଚିତ ଥିଲେ । ସେ ନିଜ ଜୀବନ କାଳ ମଧ୍ୟରେ ପ୍ରଗତିବାଦୀ, ସମୟ, ଅନୁପମ ଭାରତ,ପ୍ରଜାତନ୍ତ୍ର , ସମାଜ ଖବର କାଗଜରେ ଜିଲ୍ଲା ପ୍ରତିନିଧି ଭାବେ ନିଜର କର୍ମମୟ ଜୀବନ ଜାରି ରଖିଥିଲେ । ଗତ କୋଡିଏ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସେ ସମାଜ ଖବର କାଗଜର ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।
ନିଜର ଏକନିଷ୍ଠ ସାମ୍ବାଦିକତା ପାଇଁ ଷ୍ଟେଟ ମେଣ୍ଟ ରୁରାଲ୍ ରିପୋର୍ଟର ପୁରସ୍କାର, ରାଧାନାଥ ରଥ ସ୍ଵର୍ଣ୍ଣ ପଦକ, ସିଆର୍ ଇରାନୀ ସମ୍ମାନ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ ଭଳି ଅନେକ ଜାତୀୟ ସ୍ତରରେ ପୁରସ୍କାର ଓ ସମ୍ମାନ ପାଇଥିଲେ । କଳାହାଣ୍ଡି ସାମ୍ବାଦିକ ୟୁନିଅନର ଜଣେ ବରିଷ୍ଠ ସଦସ୍ୟ ରହିବା ସହ ମାର୍ଗ ଦର୍ଶକ ରୂପେ କାର୍ଯ୍ୟ କରି ଆସୁଥିଲେ ।
ସେ ଗତ କିଛି ମାସ ହେଲା ଶାରୀରିକ ଅସୁସ୍ଥ ରହି ଚିକିତ୍ସାଧୀନ ଥିଲେ । ତାଙ୍କରି ବିୟୋଗରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ ସଭାପତି ତଥା ପ୍ରେସ୍ କାଉନସିଲ ଅଫ ଇଣ୍ଡିଆ \ର ସଦସ୍ୟ ପ୍ରସନ୍ନ ମହାନ୍ତି, ଓଡିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର,କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ସମ୍ପାଦକ ସନ୍ତୋଷ କୁମାର ସିଂହ ଦେଓ, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ବିଜେଡି ନେତା ଭୂପିନ୍ଦର ସିଂଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ତାଙ୍କରି ଶେଷ ଦର୍ଶନ ପାଇଁ ଭବାନୀପାଟଣା ସହର ସ୍ଥିତ ବାସ ଭବନରେ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଛନ୍ତି ।