Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ର ସମସ୍ୟା କୁ ନେଇ ପଦଯାତ୍ରା କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେଇ ଫେରିବା ପରେ ପଦଯାତ୍ରୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୨୫/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
ଯୁବ ଚାଷୀନେତା ସାଉଲ ମଙ୍ଗରାଜ ଓ ତାଙ୍କ ଟିମଙ୍କୁ ଗୋଲାମୁଣ୍ଡା ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲାର ଜନ ସଂଗ୍ରାମ ସମିତି ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଏକ ୨୫ ଜଣିଆ ଯୁବକ ଙ୍କ ସହିତ ଦୀର୍ଘ୍ ୫୦୦ କିଲୋମିଟର ପଦଯାତ୍ରା କରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଦାବୀକୁ ନେଇ ଗତ ୧୮ ତାରିଖରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ବେଳେ ୨୧ ତାରିଖରେ ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟି ଏକ ୨୬ ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ଦାବୀ ଗୁଡ଼ିକ ଉପରେ ଯଥା ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପଦଯାତ୍ରା ସାରି ଆଜି ସାଉଲ ମଙ୍ଗରାଜଙ୍କ ସହିତ ଏହି ପଦଯାତ୍ରାରେ ସାମିଲ ହୋଇଥିବା ଅନିଲ କୁମାର ମଲ୍ଲିକ, ଲମ୍ବୋଦର ଜାଲ, କୁମୁଦ ଗହୀର, ରମେଶ ସାହୁ, ରଞ୍ଜନ ବେହେରା, କେଶବ ମାଝୀ, ଅସାରୁ ମାଝୀ, ପର୍ଶୁରାମ ମାଝୀ, ଗୌରାଙ୍ଗ ମାଝୀ, ଦୁର୍ବଳ ମାଝୀ, ସଦାନନ୍ଦ ମାଝୀ, ଚିତ୍ର ମାଝୀ, ଲାଲ ମାଝୀ, ପିତାଶ ସିପକା, ସମୀର ସିପକା, ଦେବେନ୍ଦ୍ର ମାଝୀ ପ୍ରମୁଖ ବୁଧବାର ସକାଳ ସମୟରେ ଗୋଲାମୁଣ୍ଡାଠାରେ ପହଞ୍ଚିବା ପରେ ଅଞ୍ଚଳବାସୀ ତରଫରୁ ଭବ୍ୟ ସ୍ୱାଗତ କରାଯାଇଛି। ସ୍ଥାନୀୟ କଦଳୀମୁଣ୍ଡାଠାରେ ସ୍ୱାଗତ କରି ସହର ପରିକ୍ରମା କରି ଏକ ସଭା ମାଧ୍ୟମରେ ସମସ୍ତ ୨୫ ଜଣ ପଦଯାତ୍ରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରସନ୍ନ ରାଉତ ସଭା ପରିଚାଳନା କରିଥିବା ବେଳେ, ବୃଶଭ ନାଏକ, ଗଙ୍ଗା ରାଉତ, କୃଷଚଦ୍ର ମୁଣ୍ଡ, ଚତୁର୍ଭୁଜ ନାଏକ,ହେମା ବାରେଟ, ରମେଶ ଅଗ୍ରୱାଲ, ନରେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଇତିହାସରେ ଜିଲ୍ଲାର ସମସ୍ୟାକୁ ନେଇ ୫୦୦ କିଲୋମିଟର ରୁ ଅଧିକ ବାଟ ପାଦରେ ଚାଲି ଚାଲି ଯାଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିବା ଏହା ପ୍ରଥମ ଘଟଣା। ଜିଲ୍ଲା ର ସମସ୍ୟା ପାଇଁ ସାଉଲ ମଙ୍ଗରାଜ ଓ ତାଙ୍କ ଟିମର ଏହି ପଦଯାତ୍ରା ପଦକ୍ଷେପକୁ ସାରା ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି।