Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ବର୍ଷ ପରେ ଦୂର ହେଲା ସିର୍ଲିଗୁଡା ପାନୀୟ ଜଳ ସମସ୍ୟା, ବ୍ଲକ ପ୍ରଶାସନ କୁ କୃତଜ୍ଞତା ଦେଲେ ଗୌନ୍ତିଆ ପଡାବାସୀ।

କଳାହାଣ୍ଡି:୨୫/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମ ର ଗୌନ୍ତିଆ ପଡ଼ା ରେ ଦୀର୍ଘ ବର୍ଷ ପରେ ପାନୀୟଜଳ ର ସମସ୍ୟା ସମାଧାନ ହୋଇଛି। ପାନୀୟ ଜଳ ପାଇଁ ଅନେକ ଥର ପଞ୍ଚାୟତ ଓ ପ୍ରଶାସନ ପକ୍ଷରୁ ନଳକୂପ ଖନନ ପାଇଁ ଚେଷ୍ଟା କରିବା ସତ୍ତ୍ୱେ ଭୂତଳ ରେ ପଥର ପ୍ରସ୍ତ ରହିଥିବା କାରଣରୁ ନଳକୂପ ଖନନ ଫେଲ ମାରୁଥିଲା, ଫଳରେ ପଡାବାସୀ ପାନୀୟ ଜଳ ପାଇଁ ଉତ୍କଟ ସମସ୍ୟା ର ସମ୍ମୁଖୀନ ହେଉଥିଲେ। ନିକଟସ୍ଥ ନଦୀ ପୋଖରୀ ପାଣି କୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ ।ଖରାଦିନ ରେ ପାନୀୟ ଜଳ ର ଉତ୍କଟ ସମସ୍ୟା କୁ ଦେଖି ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କର ରେ ପଡା କୁ ପାନୀୟ ଜଳ ଯୋଗାଣ ହେଉଥିଲା । ଏନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ତଥା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ବିଗତ ବର୍ଷ ରେ ଅଭିଯୋଗ ପରେ ପଡା ରେ ପାନୀୟ ଜଳ ଯୋଗାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ଯାଇଥିଲା। ନଳକୂପ ଖନନ ଫେଲ ମାରିବାରୁ ପଡା ର ଅନତି ଦୂର ରେ ଏକ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ପ୍ରଚେଷ୍ଟା ରେ ଏକ ଗଭୀର ନଳକୂପ ଖନନ କରିବା ପରେ ଏକା ଫଳପ୍ରଦ ହୋଇଥିଲା।ଚଳିତ ବର୍ଷ ଏହି ଗଭୀର ନଳକୂପ ରୁ ଗୌନ୍ତିଆ ପଡ଼ାବାସୀ ଙ୍କୁ ତିନିଗୋଟି ପାଣି ଷ୍ଟାଣ୍ଡ ପୋଷ୍ଟ କରି ବର୍ତ୍ତମାନ ପାନୀୟ ଜଳ ଯୋଗାଣ ହେଉଛି।ଦୀର୍ଘବର୍ଷ ପରେ ପଡା ରେ ପାନୀୟ ଜଳ ର ସୁବିଧା ଉପଲବ୍ଧ ହୋଇଥିବା ଯୋଗୁଁ ପଡ଼ା ର ଶ୍ୟାମସୁନ୍ଦର ନାଏକ, ଝଗଡେ ନାଏକ, ଗଜିନ୍ଦ୍ର ନାଏକ, ପ୍ରେମଲାଲ ନାଏକ, ବିକ୍ରମ ନାଏକ, ଗୁପ୍ତେଶ୍ୱର ବାଗ, ବଳ ହାତୀ, ଖେତୁରାମ କାଣ୍ଡ,ଲାବାନ୍ୟ କାଣ୍ଡ, ଫକୀର ଗୋପାଳ ପ୍ରମୁଖ ବ୍ଲକ ପ୍ରଶାସନ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।