କୋକସରା ହସ୍ପିଟାଲ ପରିସରରେ ପାର୍କିଂ ସ୍ଥିତି ଅସମ୍ଭାଳ, ଆମ୍ବୁଲାନ୍ସ ଓ ରୋଗୀ ସେବା ବ୍ୟାହତ ଅଭିଯୋଗ।


କଳାହାଣ୍ଡି:୨୬/୧୦
ଜରୁରୀକାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ କିମ୍ବା ରୋଗୀ ଟିଏ ହସ୍ପିଟାଲ କୁ ଯିବା ସମୟରେ ହସ୍ପିଟାଲ ପରିସରରେ ବେଆଇନ ବାଇକ,ଗାଡି ମୋଟର ପାର୍କିଂ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜରୁରୀକାଳୀନ ଆମ୍ବୁଲାନ୍ସ ଓ ରୋଗୀ। ଏମିତି କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ଦୈନନ୍ଦିନ ଏହି ସିଏଚସି ଉପରେ ବ୍ଲକ ର ୨୨ ପଞ୍ଚାୟତ ସମେତ ଜୟପାଟଣା ବ୍ଲକ, ଧର୍ମଗଡ ଦଣ୍ଡପାଟ ଅଞ୍ଚଳ ର ରୋଗୀ ନିର୍ଭର କରୁଥିବା ବେଳେ ଡାକ୍ତରଖାନା ପରିସରରେ ବେଇଆନ ବାଇକ,ଗାଡି ମୋଟର ପାର୍କିଂ ଯୋଗୁଁ ଅନେକ ସମୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଅନେକ ସମୟରେ ରୋଗୀ ଙ୍କୁ ନେବା ଆଣିବା ସମୟରେ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିବା ନେଇ ଅଭିଯୋଗ ହେଉଛି। ସ୍ଥିତି ଏମିତି ହେଉଛି ଯେ କୌଣସି ଜରୁରୀକାଳୀନ ରୋଗୀ ଙ୍କୁ ନେବାପାଇଁ ଅନେକ ସମୟରେ ରୋଗୀ ଙ୍କ ସମ୍ପର୍କୀୟ ଙ୍କୁ ବାଇକ ଗୁଡିକ ଘୁଞ୍ଚାଇ ଯିବାକୁ ପଡୁଥିବା ଅଭିଯୋଗ ହେଉଛି। ବ୍ଲକ ର ସଦର ମହକୁମା ହସ୍ପିଟାଲ ହୋଇଥିବା ସ୍ଥଳେ ଏଠାରେ ଭିଡ଼ ନିୟନ୍ତ୍ରଣ,ଗାଡି ମୋଟର ପାର୍କିଂ କରିବା ପାଇଁ ଅନେକ ସୁରକ୍ଷା କର୍ମୀ ଙ୍କୁ ନିୟୋଜିତ କରାଯାଇଛି, ହେଲେ ସୁରକ୍ଷା କର୍ମୀ ଙ୍କ ଅବହେଳା ହେଉ ଅବା ସିଏଚସି ର ଭାରପ୍ରାପ୍ତ ଅଧିକାରୀ ଙ୍କ ଦାଇତ୍ୱ ହୀନତା କାରଣ ରୁ ଡାକ୍ତରଖାନା କୁ ପ୍ରତିଦିନ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ଡାକ୍ତରଖାନା ପରିସରରେ ଅବ୍ୟବସ୍ଥିତ ଭାବେ ବାଇକ ଓ ଗାଡି କୁ ପାର୍କିଂ କରି ରଖୁଥିବା ଦେଖିବାକୁ ମିଳୁଛି। ଏନେଇ କୋକସରା ସି ଏଚ ସି ଭାରପ୍ରାପ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ପ୍ରତିକ୍ରିୟା ନେବାରୁ ଡାକ୍ତରଖାନା କୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ଙ୍କ ଗାଡି ମୋଟର ପାର୍କିଂ ପାଇଁ ବ୍ୟବସ୍ଥା ରହିଛି ଓ ସୁରକ୍ଷା କର୍ମଚାରୀ ଙ୍କୁ ଗାଡି ପାର୍କିଂ ପାଇଁ କୁହାଯାଇଛି,ତେବେ ଦାଇତ୍ଵ ରେ ଥିବା ସୁରକ୍ଷା କର୍ମଚାରୀ ଙ୍କ ଅବହେଳା ଯୋଗୁଁ ଏମିତି ହେଉଥିବା ଓ ଆଗକୁ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।