ଗାଁ ରେ ଦେଶୀ ମଦ ବିକ୍ରି ବନ୍ଦ କରିବା ପାଇଁ ଥାନାର ଦ୍ବାରସ୍ଥ ହେଲେ ମହିଳା ମାନେ


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ଏବେ ଦେଶୀ ମଦ ବିକ୍ରି ଚାଲିଛି । ଦେଶୀ ମଦ କୁ ବନ୍ଦ କରିବା ପାଇଁ ଏବେ ମହିଳାମାନେ ଅଣ୍ଟା ଭିଡିଛନ୍ତି । ବୀରମହାରାଜପୁର ବ୍ଲକର ଦୁର୍ଜନତୈଲା ପଞ୍ଚାୟତର କୁଞ୍ଜାପାଲି , ବରଘାଟ , ମସିଣାପାଲି , ବ୍ରାହ୍ମଣିପାଲି , ଠେଙ୍ଗୋଡେମ୍ , ସାଗଜୁରୀ ଆଦି ଗ୍ରାମରେ ମଦ ବନ୍ଦ କରିବା ପାଇଁ ମହିଳାମାନେ ଉଦ୍ୟମ କରିଛନ୍ତି। ଏନେଇ ରବିବାର ମହିଳାମାନେ ବୀରମହାରାଜପୁର ଥାନା ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସବୁ ଗାଁ ର ଏସ୍.ଏଜ୍. ଜି ମହିଳା ଗ୍ରୁପର ସମସ୍ତ ମହିଳା ସଦସ୍ୟ ମଦ ବିକ୍ରି ବନ୍ଦ କରିବା ପାଇଁ ବୈଠକ କରିଥିଲେ । ଦେଶୀ ମଦ ବିକ୍ରିକୁ ବିରୋଧ କରିଥିଲେ। ଏହି ଦେଶୀ ବିଷାକ୍ତ ମଦ ପାଇଁ ବହୁ ଲୋକଙ୍କ ମୃତ୍ୟୁ ଘଟିଛି , ମଦ ପିଇ ନାରୀମାନଙ୍କୁ ଅତ୍ୟାଚାର , ଗାଳିଗୁଲଜ ଆଦି ବହୁତ ପ୍ରକାର ପାରିବାରିକ ସମସ୍ୟା ଦେଖିବାକୁ ମିଳୁଥିବା ଏସ୍ .ଏଜ୍ .ଜି ଗ୍ରୁପ ସଭାପତି ରୀନା ଭୋଇ କହିଛନ୍ତି। ଦେଶୀ ମଦ ପାଇଁ ଗାଁ ରେ ଅସାମାଜିକ ପରିବେଶ ସୃଷ୍ଟି ହେଉଛି । ଏହାର ଯଥାଶୀଘ୍ର ପ୍ରତିକାର ପାଇଁ ମହିଳାମାନେ ଦାବି କରିଛନ୍ତି । ରୀନା ଭୋଇ , ବିଶାଖା ପଧାନ, ଗୀତାଞ୍ଜଳି ପଧାନ , ଫଗୁନି ନାଏକ୍ , ସୈଦାମିନୀ ବେହେରାମାଳି, ବାସନ୍ତି ଭୋଇ ଆଦି ପ୍ରମୁଖ ଦାୟିତ୍ଵ ନେଇ ମଦ ବନ୍ଦ ପାଇଁ ଉଦ୍ୟମ କରୁଛନ୍ତି।