Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୟୁଥ ରେଡ୍‌କ୍ରସ ସଭା

ସମ୍ବଲପୁର:ଆଜି ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୟୁଥ୍‌ ରେଡ୍‌କ୍ରସ ୟୁନିଟରେ ସ୍ୱେଚ୍ଛାସେବୀ ଆଗମନୀ ସଭା ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ସମ୍ବଲପୁର ଜିଲ୍ଲା ୟୁଥ ରେଡ୍‌କ୍ରସ ଆବାହକ – ସମ୍ପାଦକ ସରକାରୀ ମହିଳା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ପବିତ୍ର ମୋହନ ବେହେରା ଯୋଗଦେଇ ନବାଗତ ସ୍ୱେଚ୍ଛାସେବୀଙ୍କୁ ରେଡ୍‌କ୍ରସର ବିଭିନ୍ନ ଦିଗ ,ଗୁରୁତ୍ତ୍ବ ଓ ଛାତ୍ର ଛାତ୍ରୀ ଙ୍କ ବ୍ୟକ୍ତିତ୍ୱ ବିକାଶ ରେ ଏହା ର ଭୂମିକା ବିଷୟରେ ଆଲୋଚନା କରିଥିଲେ। ସମାଜ ନିର୍ମାଣ ରେ ରେଡ଼କ୍ରସ ସ୍ୱେଚ୍ଛାସେବୀ ଙ୍କ ଆବଶ୍ଯକତା ଆଦି ବିଷୟରେ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ରେଡ୍‌କ୍ରସ ୟୁନିଟର କାର୍ଯ୍ଯକ୍ରମ ଅଧିକାରୀ ଅଧ୍ୟାପିକା ସ୍ମାରକୀ ମାହାର ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ସଭା ସଂଯୋଜନା କରିଥିଲେ।ଶେଷରେ ଅଧ୍ୟାପିକା ମିନତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଦିପ୍ତୀରେଖା ପଣ୍ଡା,ଆନନ୍ଦିନୀ ପଣ୍ଡା,ଅନ୍ତର୍ଯ୍ୟାମୀ ମହାକୁର,ମୌସୁମୀ ଷଢଙ୍ଗୀ,ସ୍ଵ।ତୀ ପତି ,ଚୈତନ୍ଯ ସେନାପତି, ଜୀବର୍ଦ୍ଧନ ସେଠ,ପ୍ରମୋଦ ଲହରିଆ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏହି ସଭାରେ ସହଯୋଗ କରିଥିଲେ।