Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ୮ ବର୍ଷ ରହିଲେଣି….ହେଲେ ବଦଳି ଆଦେଶର ୨୫ ଦିନ ପରେ ବି ଯୋଗାଣ ଅଧିକାରୀଙ୍କ ମୋହ ଛାଡୁନି ଏହି ବ୍ଲକ

ଜମନକିରା : ଜମନକିରା ବ୍ଲକରେ ଯୋଗାଣ ଅଧିକାରୀ ଗତ ୨୦୧୬ ରୁ ଅବସ୍ଥାପିତ ଅଛନ୍ତି। ଏହି ବ୍ଲକରେ ୮ ବର୍ଷ ବିତି ଯାଇଥବା ବେଳେ ଅଧିକାରୀଙ୍କ ମୋହ ତୁଟୁନି। ଗତ ଅକ୍ଟୋବର ମାସ ୮ ତାରିଖ ଦିନ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗର ଚିଠି ସଂଖ୍ୟା ୧୫୪୯୯ ରେ ସଂପୃକ୍ତ ଅଧିକାରୀଙ୍କ କଳାହାଣ୍ଡି ଜିଲ୍ଲା କୁ ବଦଳି ଆଦେଶ ହୋଇଥିଲା। ମାତ୍ର ବଦଳି ହେବାର ପ୍ରାୟ ୨୫ ଦିନ ବିତି ଯାଇଥିଲେ ସୁଦ୍ଧା ଅଦ୍ୟାବଧି ତାଙ୍କୁ ଏଠାରୁ ବଦଳି କରାଯାଇନାହିଁ। ସଂପୃକ୍ତ ଅଧିକାରୀ ଏଠାରେ ପ୍ରାୟ ସାଢେ଼ ୮ ବର୍ଷ କାଳ କାମ କରି ଆସୁଥିଲେ ସୁଦ୍ଧା ସେ ତାଙ୍କର କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ସେ ପ୍ରାୟ ସମୟରେ ଅଫିସ ରେ ନବସି ଜଣେ ଡାଟା ଏଣ୍ଟ୍ରି ଉପରେ ସଂପୂର୍ଣ୍ଣ ନିର୍ଭରଶିଳ ଅଟନ୍ତି। ଏଥିପାଇଁ ଅନେକ ସମୟରେ ବହୁ ଦୂର ଦୁରାନ୍ତରୁ ଲୋକେ ଆସି କାମ ନହୋଇ ଫେରି ଯାଇଛନ୍ତି। ପୂର୍ବରୁ ଅନେକ ଅଯୋଗ୍ୟ ବ୍ୟକ୍ତି ଙ୍କୁ ମଧ୍ୟ ରାସନ କାର୍ଡ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ବଦଳି ସଂକ୍ରାନ୍ତରେ ଗତ ଅକ୍ଟୋବର ୨୫ ତାରିଖ ଦିନ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ବାତ୍ୟା “ଦାନା” ପାଇଁ ବଦଳି କରାଯାଇ ନାହିଁ। ଆସନ୍ତା ଶେଷ ସପ୍ତାହରେ ବଦଳି କରାଯିବ ବୋଲି କହିଥିଲେ। ତେବେ ବାତ୍ୟା ଶେଷ ହେବା ଆଜକୁ ୬ ଦିନ ବିତିଯାଇଥିବ ସତ୍ତ୍ୱେ ଅଦ୍ୟାବଧି ବଦଳି କରାଯାଇ ନାହିଁ। ଆଜି ଏସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ଟୁଡୁ ଙ୍କୁ ୫/୬ ଥର 9078064354 ଏବଂ 9437259289 ଫୋନ୍ କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ କଲ ଉଠେଇ ନଥିଲେ। ସେଥିପାଇଁ ତାଙ୍କ ମତାମତ ନିଆ ଯାଇ ପାରିନଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ