Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛେଳି ଦେଲା ଜନ୍ମ ମଣିଷ ମୁହଁ ଶାବକ

ସମ୍ବଲପୁର:ବେଳେ ବେଳେ ଅଜବ ଖବର ସମାଜ ଆଗରେ ଦୃଷ୍ଟି ଗୋଚର ହୋଇଥାଏ। ସେଭଳି ଏକ ଖବର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରୁ ସାମ୍ନାକୁ ଆସିଛି।
ଗୋଟିଏ ଛେଳି ଜନ୍ମ ଦେଇଛି ମଣିଷ ମୁହଁ ଆକୃତିର ଛୁଆ। ଏହି ଆଶ୍ଚର୍ଯ୍ୟଜନକ ଘଟଣା ଆଜି ପ୍ରଘଟ ହୋଇଛି।ମିଳିଥିବା ସୂଚନା ମତେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସରାପାଲି ପଞ୍ଚାୟତର ମାରୁଆଡ଼ିମୁଣ୍ଡା ଗ୍ରାମରେ ଗତ ୪ ତାରିଖ ଦିନ ଗ୍ରାମର ମାହାର ସାହିର ଗୋବିନ୍ଦ ମାହାରଙ୍କ ଘରେ ତାଙ୍କର ଛେଳି ଏପରି ଏକ ଛୁଆ ଜନ୍ମ ଦେଇଥିଲା।ଯାହାର କି ମୁହଁଟି ଅବିକଳ ମଣିଷ ଛୁଆ ମୁଁହ ପରି ଦେଖା ଯାଉଥିବା ବେଳେ ମୁଣ୍ଡରେ ଛେଳି ପରି ୨ଟି କାନ ଓ ୪ ଟି ଗୋଡ଼ ରହିଥିଲା।ଏହା ଜଣା ପଡିବା ପରେ ପବନ ବେଗରେ ଖବର ଅଞ୍ଚଳରେ ଛାଇ ଯାଇଥିଲା।ଏହି ଅଦ୍ଭୁତ ଛେଳି ଛୁଆକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ବେଶ ଭିଡ଼ ଵି ହୋଇଥିଲା। ଆଉ କେହି କେହି ଏହାର ଫୋଟ ଓ ଭିଡିଓ ଉଠାଇ ଏଭଳି ଅଜବ ଖବର ନିଜ ନିଜ ଭିତରେ ସେୟାର କରିଥିଲେ। ଯାହାକି ଆଜି ଏ ମୋବାଇଲ ରୁ ସେ ମୋବାଇଲ କୁ ଡେଇଁ ଫୋଟର ଭାଇରଲ ହେବା ପରେ ଅଦ୍ଭୁତ ଛେଳି ଛୁଆ ଜନ୍ମ ନେଇ ଜଣା ପଡିଥିଲା।ତେବେ ଛେଳିଟି ଏଭଳି ଅଦ୍ଭୁତ ଦେଖାଯାଉଥିବା ଛେଳି ଛୁଆକୁ ମୃତ ଅବସ୍ଥାରେ ଜନ୍ମ ଦେଇଥିଲା।ଫଳରେ ଛେଳି ଛୁଆର ମାଲିକ ଗୋବିନ୍ଦ ମାହାର ମୃତ ଛେଳି ଛୁଆକୁ ମାଟିରେ ପୋତି ତାର ସଂସ୍କାର କରିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।