Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାୟାଧର ମାନସିଂହ ଥିଲେ ଏକ ସାଲିସବିହୀନ ବ୍ୟକ୍ତିତ୍ୱ

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପଦ୍ମଶ୍ରୀ ଡ଼ ମାୟାଧର ମାନସିଂହଙ୍କ ୧୧୯ ତମ ଜୟନ୍ତୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଠାରେ ପାଳନ କରାଯାଇଥିଲା l ମାନସିଂହଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ପରେ କଲେଜ ଓଡ଼ିଆ ବିଭାଗର ମୁଖ୍ୟ ଡ଼. ଶ୍ୟାମ ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ମାନସିଂହଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ l ଓଡିଶା ସାଂସ୍କୃତିକ ସମାଜର ସଭାପତି ଡ଼ ପରେଶ ଚନ୍ଦ୍ର ଦାନୀ ଏହି ସଭାରେ ସଭାପତିତ୍ୱ କରି କହିଲେ ମାୟାଧର ମାନସିଂହ ହେଉଛନ୍ତି ଏକାଧାରରେ ଜଣେ ଜାତୀୟବାଦୀ, ଆଦର୍ଶବାଦୀ, ସଂସ୍କାରବାଦୀ, ମାନବବାଦୀ ର ସମାହାର l ସମ୍ବଲପୁରରେ ମାନସିଂହଙ୍କ ଜୟନ୍ତୀ ପାଳନର ଅୟମାରମ୍ଭ ଓ ଗଙ୍ଗାଧର ମେହେର ମହାବିଦ୍ୟାଳୟ ପାଠାଗାରକୁ ତାଙ୍କ ନାମରେ ନାମିତ କରିବାରେ ଓଡିଶା ସାଂସ୍କୃତିକ ସମାଜର ଭୁମିକା ସମ୍ପର୍କରେ ଡ଼ ଦାନୀ ସୂଚନା ଦେଇଥିଲେ l ମୁଖ୍ୟବକ୍ତା ବିଶିଷ୍ଟ ଇଙ୍ଗରାଜୀ ସାହିତ୍ୟ ସାଧକ ଡ଼ କାମଦେବ ସାହୁ ମାନସିଂହଙ୍କ ସାମଗ୍ରିକ ସାହିତ୍ୟକୃତୀ ଉପରେ ପର୍ଯ୍ୟାଲୋଚନା କରି ତାଙ୍କ ସାହିତ୍ୟ ପ୍ରେମ ଓ ଆଦର୍ଶ ଉପରେ ଆଧାରିତ ବୋଲି କହିଥିଲେ l ମାନସିଂହଙ୍କ ଗଙ୍ଗାଧର ମେହେର କଲେଜର ଅଧ୍ୟକ୍ଷ ଥିବା ସମୟକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ l ମାନସିଂହ ନିଜ ଆଦର୍ଶ ସହ ସାଳିସ କରୁ ନ ଥିବାରୁ ତାଙ୍କ ଚାକିରୀ କାଳରେ ବହୁ ନିର୍ଯ୍ୟାତନାର ସମ୍ମୁଖୀନ ହୋଇଥିଲେ ବୋଲି ଡ଼ ସାହୁ କହିଥିଲେ l ମୁଖ୍ୟ ଅତିଥି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଲଭ କୁମାର ସା ଛାତ୍ରଛାତ୍ରୀମାନଙ୍କୁ ମାନସିଂହଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହେବାକୁ କହିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଓଡିଶା ସାଂସ୍କୃତିକ ସମାଜର ଯୁଗ୍ମ ସମ୍ପାଦକ ଶ୍ରୀମତୀ ସୁରେଖା ସାହୁ l ଡ଼ ସନ୍ତୋଷ ଦାଶ, ଅଖିଳ ପଟ୍ଟନାୟକ, ରାଜେନ୍ଦ୍ର ପଣ୍ଡା, ରତ୍ନ ଭୁଷଣ ପୁରୁଷେଠ, ରାମାନୁଜ ପଣ୍ଡା, ଯୟାଦେଵୀ ବାବୁ, ଡ଼ ପ୍ରସନ୍ନ ମିଶ୍ର, ଯୋଗେଶ ହୋତା, ଡ଼ ଶ୍ରଦ୍ଧାମୟୀ ପୁରୋହିତ, ଡ଼ ରଶ୍ମିତା ରାଉତରାୟ ପ୍ରମୁଖ ମାନସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories