Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଗାନ୍ତର କିଡଜ୍ ସ୍କୁଲ ରେ ଶିଶୁ ଦିବସ ପାଳନ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ପ୍ଲେ ସ୍କୁଲ ଯୁଗାନ୍ତାର କିଡଜ୍ ରେ ବହୁ ଧୂମଧାମ୍ ରେ ଶିଶୁ ଦିବସ ପାଳନ କରାଯାଇଛି। ଏହି ଅବସରରେ ଦେଶ ର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ କୁନି କୁନି ଶିଶୁ ମାନଙ୍କ ମଧ୍ୟରେ ଫେନ୍ସୀ ଡ୍ରେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍କୁଲ ଅଧ୍ୟକ୍ଷା ମିନର୍ଭା ମିଶ୍ର, ସ୍କୁଲ ନିର୍ଦ୍ଦେଶିକା ଅପରାଜିତା ମିଶ୍ର, ଲିକି ପଟେଲ, ବନିତା ବାରିକ, ରିଙ୍କି ବେହେରା, ଗୀତା ପ୍ରମୁଖ ଉପସ୍ଥିତ ଥିଲେ।