Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିବ ମନ୍ଦିର ରୁ ହୁଣ୍ଡି ଭାଙ୍ଗି ଚୋରି, ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି:୨୧/୧୧
କଳାହାଣ୍ଡି ଜିଲ୍ଲା କୋକସରା ଥାନା କୁସୁମଖୁଣ୍ଟି ଶିବ ମନ୍ଦିର ରେ ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। କେହି ଦୁର୍ବୁର୍ତ୍ତ ଗ୍ରିଲର ତାଲା ଭାଙ୍ଗି ମନ୍ଦିର ଭିତରେ ପଶି ହୁଣ୍ଡି ରୁ ଟଙ୍କା ପଇସା ନେଇଥିବା ବେଳେ ଘଟଣାପରେ ମୋଟେର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେତେ ଟଙ୍କା ଚୋରି ହୋଇ ଥିବା ସଠିକ ଜଣା ପଡି ନାହିଁ। ସୂଚନା ଅନୁସାରେ ମନ୍ଦିର ପୂଜକ ଅଶୋକ ଦାସ ଆଜି ସକାଳେ ପୂଜା କରିବା ପାଇଁ ମନ୍ଦିର ଆସିଥିଲେ।ଦେଖିଲେ ଗ୍ରିଲ ର ତାଲା ଭାଙ୍ଗି ଭିତରେ ପଶି ହୁଣ୍ଡି ର ତାଲା ଭାଙ୍ଗି ଟଙ୍କା ପଇସା ନେଇ ଯାଇଥିବା ଦେଖିବା ସ୍ଥାନୀୟ ଲୋକ ଓ ପୋଲିସ୍ କୁ ଖବର କାଳ ପରେ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଓ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି।