ସମ୍ବଲପୁର:କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜ ରେ ଗୁରୁବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀ ଙ୍କ ଅଧ୍ୟକ୍ଷତା ରେ ଓଡିଶା ର ପ୍ରଥମ ମୁଖ୍ୟମନ୍ତ୍ରୀ ଡ ହରେକୃଷ୍ଠ ମହତାବ ଙ୍କ ୧୨୫ ତମ ଜୟନ୍ତୀ ପାଳିତ ହୋଇଯାଇଅଛି। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ ମହତାବ ଙ୍କ ଫଟୋଚିତ୍ର ରେ ପୁଷ୍ପମାଳ୍ୟ ଓ ଦୀପ ପ୍ରଜ୍ଜଳନ କରିଥିଲେ। ଏହି ଅବସର ରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ମହତାବ ଙ୍କୁ ଆଧୁନିକ ଓଡିଶା ର ନିର୍ମାତା,ମହାନ ସ୍ବାଧିନତା ସଂଗ୍ରାମୀ,ରାଷ୍ଟନାୟକ,ସମାଜ ସସ୍ଖାରକ,ସାମ୍ବାଦିକ ବୋଲି ପ୍ରକାଶ କରି ଓଡିଶା ଗଠନ ରେ ତାଙ୍କର ଅବଦାନ ବିଷୟରେ ଉଦବୋଧନ ଦେଇଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜକ କରିଥିବା ବେଲେ ଅଧ୍ୟାପିକା ଭାବନା ପାଣ୍ଡେ ସ୍ବାଗତ ଭାଷଣ ଓ ଅତିଥୀ ପରିଚୟ ପ୍ରଦାନ କରିଥିଲେ। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର ବିଜୟୀ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅଥିଥି ସୁବାଷ ଚନ୍ଦ୍ର ନାଏକ ମାନପତ୍ର ବଣ୍ଟନ କରିଥିଲେ l
ଶେଷରେ ଅଧ୍ୟାପକ ସତ୍ୟନାରାରଣ ପଟେଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ଅଧ୍ୟାପକ ସୁଧୀର କୁମାର ନାଏକ,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,ଡିଇଓ ସମିନ ରଞନ ନାଏକ,ଅଣଶିକ୍ଷକ ଜୟଦେବ ରାଉତ ଓ ଅସିମ କୁମାର ପରୁଆ ଉପସ୍ଥିତ ରହି ସଭା ରେ ସହଯୋଗ କରିଥିଲେ। କଲେଜ ର ଉଭୟ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ ।