Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ କୁ ପିଟିଲା ପିକଅପ ଗାଡି, ଡ୍ରାଇଭର ଓ ଅନ୍ୟ ଜଣେ ଗୁରୁତର, କଟର ରେ କାଟି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ।

କଳାହାଣ୍ଡି:୨୨/୧୧
ଜାତୀୟ ରାଜପଥ ୨୬ କୋକସରା ଥାନା ଡଙ୍ଗରିଗୁଡା ଆପନା ଢ଼ାବା ନିକଟରେ ରାତି ୧୦ ଘଣ୍ଟା ସମୟରେ ପୂର୍ବରୁ ଢ଼ାବା ନିକଟରେ ରହିଥିବା ଏକ ଟ୍ରକ କୁ ଜୟପୁର ପଟୁ ବଲାଙ୍ଗୀର କୁ ଟମାଟୋ ବୋଝେଇ କରି ଦ୍ରୁତଗତି ରେ ଯାଉଥିବା ପିଅ ଅପ ଗାଡି ଓଡ଼ି ୦୩ ଏ ବି ୫୬୭୪ ପଛ ପଟୁ ଧକ୍କା ଦେବାରୁ ପିକ ଅପ ଗାଡି ମଧ୍ୟରେ ଡ୍ରାଇଭର ଓ ଅନ୍ୟ ଜଣେ ଗାଡି ମଧ୍ୟରେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଢ଼ାବା ମାଲିକ ଏନେଇ ମୋଟେର ଫାଣ୍ଡି ପୁଲିସ କୁ ଖବର ଦେବାପରେ ଘଟଣାସ୍ଥଳରେ ପୁଲିସ ମୋଟେର ଓ କୋକସରା ପୁଲିସ ପହଞ୍ଚି କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଗାଡି କାଟିବା ପାଇଁ ଆବଶ୍ୟକ ମେସିନ ନଥିବାରୁ ଭବାନୀପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ପରେ ଦୁଇ ଗୁରୁତର ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଦୁଇ ଗୁରୁତର ହେଲେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳ ର ଡ୍ରାଇଭର ଭବାନୀ ଶଙ୍କର ମାଝୀ (୨୪) ଓ ପ୍ରହଲ୍ଲାଦ ମାଝୀ (୨୨) ବୋଳି ଜଣାପଡିଛି। ଦୁଇ ଗୁରୁତର ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଅଞ୍ଚଳ ରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ନିକଟରେ ଆବଶ୍ୟକ ମେସିନ ନଥିବାରୁ ଉଦ୍ଧାର କାର୍ଯ୍ୟ ରେ ବ୍ୟାହତ ହେଉଛି। ଏଣୁ ଅଗ୍ନିଶମ ବିଭାଗ ଉଚ୍ଚ ଅଧିକାରୀ ଏହାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବାକୁ ଦାବି ହେଉଛି ।