ଚାଷୀଙ୍କ ସହ ରବି ଚାଷ କେନାଲ ପାଣି ଯୋଗାଣ କୁ ନେଇ ଆଲୋଚନା କଲେ ଧର୍ମଗଡ ଉପଜିଲ୍ଲାପାଳ ଓ ଇନ୍ଦ୍ରାବତୀ ଅଧିକାରୀ ।


କଳାହାଣ୍ଡି;୨୨/୧୧
ରିପୋର୍ଟ—ସନତ ପ୍ରଧାନୀ
ଆସନ୍ତା ରବି ଚାଷ ପାଇଁ ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ ରୁ ଜଳ ସେଚନ ବନ୍ଦ ରହିବା ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚାଷୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସହ ଆନ୍ଦୋଳନ ର ଦାନା ବାନ୍ଧିଛି। ଚାଷୀ ନେତା,ଚାଷୀ, ଜନ ପ୍ରତିନିଧି ମାନେ ବିଭିନ୍ନ ପର୍ଯ୍ୟାୟରେ ଜଳସେଚନ ପାଇଁ ଉପ ଜିଲ୍ଲାପାଳ ଧର୍ମଗଡ ଓ ବିଧାୟକ ଧର୍ମଗଡ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ସହ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ।ଗତକାଲି ଧର୍ମଗଡ ଠାରେ ରାସ୍ତା ଚାଷୀନେତା ଓ ଚାଷୀ ମାନେ ରାସ୍ତା ଅବରୋଧ ମଧ୍ୟ କରିଥିବା ବେଳେ ଉପ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଓ ପ୍ରତିଶ୍ରୁତି ପରେ ଚାଷୀ ମାନେ ରାସ୍ତା ଅବରୋଧ ରୁ ହଟିଥିଲେ।ପରେ ଅପରାହ୍ନ ସମୟରେ ଧର୍ମଗଡ ବ୍ଲକ ସଭାଗୃହ ଠାରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଧର୍ମଗଡ ଉପଖଣ୍ଡ ର ଧର୍ମଗଡ, କୋକସରା,ଗୋଲାମୁଣ୍ଡା, ଜୟପାଟଣା, ଜୁନାଗଡ଼, କଲମୁପୁର ବ୍ଲକ ର ଚାଷୀନେତା,ଜନ ପ୍ରତିନିଧି ଓ ଚାଷୀ ନଙ୍କ ସହିତ ରବି ଚାଷ ପାଇଁ ବାମ କେନାଲ, ମେଗାଲିଫ୍ଟ କେନାଲ ପାଣି ଯୋଗାଣ ସମ୍ପର୍କ ରେ ଆଲୋଚନା କରାଯାଇଛି ମ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ବୈଠକ ରେ ଲେଫ୍ଟ କେନାଲ ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା, ରାଇଟ କେନାଲ ଅଧିକ୍ଷଣ ଯନ୍ତ୍ରୀ ତୃପ୍ତ କୁମାର ପାତ୍ର, ଲିପ୍ଟ କେନାଲ ନିର୍ବାହୀ ଯନ୍ତ୍ରୀ ପ୍ରଣୟ କୁମାର ପ୍ରଧାନ, ଧର୍ମଗଡ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ, ଏସଡିଓ କୁନ୍ଦନ ମେହେର, ଏସଡିଓ ଭାଗିରଥି ପଣ୍ଡା, ଜୁନାଗଡ଼ ବିଡ଼ିଓ ଦେବାଶିଷ କର, ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଧର୍ମଗଡ ଅତିରିକ୍ତ ତହସିଲଦାର ଅଜିତ କୁମାର ମହନ୍ତ, କଳମପୁର ବିଡ଼ିଓ ବିଜୟ କୁମାର ମାଡାଙ୍ଗୀ, ରେଭିନ୍ୟୁ ସୁପରଭାଇଜର ଜୁନାଗଡ଼ ତହସିଲ ସୁଷମା ମେହେର ସମେତ କୋକସରା ସଚେତନ କୃଷକ ମଞ୍ଚ ଚାଷୀନେତା ଶିବ ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ସମେତ ଉପଖଣ୍ଡ ର ଅନେକ ଅଧିକାରୀ ଓ ଚାଷୀ ମାନେ ଉପସ୍ଥିତ ଥିଲେ। ତେବେ ଚାଷୀ ଙ୍କ ସହ ଆଲୋଚନା ପରେ ଇନ୍ଦ୍ରାବତୀ ଜଳଭଣ୍ଡାର ର ବାସ୍ତବିକ ସ୍ଥିତି ଅନୁଧ୍ୟାନ ଓ ତର୍ଜମା ପରେ ଜଳସେଚନ ଯୋଗାଣ ନେଇ ନିଷ୍ପତ୍ତି ନିଆଯିବ ବୋଳି ପ୍ରଶାସନିକ ଅଧିକାରୀ ସୂଚନା ଦେଇଥିବା ଜଣାପଡିଛି।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.