Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ଆଞ୍ଚଳିକ ବିଦ୍ୟାପୀଠ ରେ ସମ୍ବିଧାନ ଦିବସ ପାଳିତ

ବୀରମହାରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାତ୍ର ସଭାପତିତ୍ୱ କରିଥିଲେ । ବରିଷ୍ଠ ଶିକ୍ଷକ ଜୀବର୍ଦ୍ଧନ ରଣା , ସହକାରୀ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ , ମୀନକେତନ ରଣା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ l ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ସମ୍ବିଧାନ ଭାରତ ମାତା ର ଆତ୍ମା ସଦୃଶ ବୋଲି ନିଜର ବକ୍ତବ୍ୟ ରଖିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆୟୋଜିତ ସମ୍ବିଧାନ ବିଷୟ ଯୁକ୍ତ କୁଇଜ଼ ପ୍ରତିଯୋଗିତା ରେ ନବମ ଶ୍ରେଣୀ ଛାତ୍ର ଅମନ ପଧାନ ଙ୍କୁ ଶ୍ରେଷ୍ଠ ଘୋଷିତ କରାଯାଇଥିଲା । ଖେଳ ଶିକ୍ଷକ ସୁରେନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଚିତ୍ତରଞ୍ଜନ ପଧାନ, ସରୋଜ କୁମାର ଭୁକ୍ତା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l