Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରିମୁହାଣରେ ମାଁ ମଙ୍ଗଳାଙ୍କ ବାର୍ଷିକ ଦଶରା ଅନୁଷ୍ଠିତ।ବାଲିଗଜା ସାଂସ୍କୃତିକ ସଂଧ୍ୟାରେ ଝୁମିଲେ ଦର୍ଶକ।

କଳାହାଣ୍ଡି:୨୭/୧୧
କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ବିରିମୁହାଣ ଗ୍ରାମରେ ମାଁ ମଙ୍ଗଳାଙ୍କ ବାର୍ଷିକ ଦଶରା ଯାତ୍ରା ମଙ୍ଗଳବାର ବିଳମ୍ବିତ ରାତିରେ ସମାପନ ହୋଇଛି। ଗ୍ରାମର ଆରାଧ୍ୟ ଦେବୀ କେଉଁ କାଳ ରୁ ଗାଁ ନିକଟସ୍ଥ ପଥର ଚେପା ତଳେ ପୁଜା ପାଉଛନ୍ତି। ଗ୍ରାମ ର ଦେବୀ ପୁଝାରି ଧନସିଂ ପୁଝାରି ଙ୍କ ଘରୁ ମା ମଙ୍ଗଳା ଙ୍କ ଲାଠି କୁର୍ସି ବାହାରି ଗାଁ ପରିକ୍ରମା ସମୟରେ କାଳସିଙ୍କ ବିଭିନ୍ନ ଢଙ୍ଗରେ ନୃତ୍ୟ ଓ ଲାଠିଯାତ୍ରାର ଦୃଶ୍ୟ ଦେଖିବାକୁ ଶତାଧିକ ଭକ୍ତଙ୍କ ଭିଡ ଜମିଥିଲା । ବାର୍ଷିକ ମଣ୍ଡେଇ ଯାତ୍ରା ପାଳନ ଲାଗି ଗତ ଏକ ସପ୍ତାହ ଧରି ପ୍ରଚାର କରାଯାଇ ବିଭିନ୍ନ ଗ୍ରାମର ଦେବାଦେବୀ ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା ।ବାର୍ଷିକ ଦଶରା ଯାତ୍ରା ଦିନ ସକାଳେ ପଳସାପଡା ଭାଲୁଯୋର, କାଦୋମଳି ଓ କଲୋନିପଡା ଗ୍ରାମର ଦେବାଦେବୀ ଙ୍କ ଲାଠି କାଳିଶି ନିଜ ନିଜର ବଜା ବଜାଇ ମାଁ ମଙ୍ଗଳା ଦେବୀ ପୁଜକଙ୍କ ଘରେ ମାଉଳି, ପେଣ୍ଡ୍ରାଗଡେନ୍‌, ଗୋପାଗୋଷେନ୍‌ ଡୋକ୍ରିବୁଢୀ ଓ ମାନପୁରେନ୍ ଙ୍କ ଲାଠି ରୁପସିଂ ପୁଝାରୀଙ୍କ ଘରକୁ ପହଞ୍ଚିଥଲା । ପୁଜକଙ୍କ ଘରେ ପୁଜା କରାଯାଇ ଅପରାହ୍ନ ୩ଟାରେ ସମସ୍ତ ଦେବା ଦେବୀ ଏକ ଭକ୍ତିମୟ ପରିବେଶ ରେ ପୁଜକଙ୍କ ଘରୁ ଶୋଭାଯାତ୍ରାରେ ବାହାରି ମାଉଲି ଡଙ୍ଗର ନିକଟରେ ଥିବା ମାଉଲି ଦେବୀଙ୍କ ପୀଠରେ ପହଞ୍ଚି ଥିଲେ । ପରେ ସେଠାରେ ପୁଜକ ଦ୍ୱାରା ପୁଜାର୍ଚ୍ଚନା କରି ପୁଣିଥରେ ବିରିମୁହାଣ ଗାଁ ଭିତରକୁ ଫେରି ଆସିଥିଲେ ।ପରେ ବିଦ୍ୟାଳୟ ନିକଟରେ ବସିଥିବା ହାଟକୁ ପରିକ୍ରମା କରି ପୁଝାରୀ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ରାତିରେ ପୁଝାରୀ ଘର ସମ୍ମଖରେ ଥିବା ଦେବୀଖୁଣ୍ଟା ରେ ସମସ୍ତ ଦେବା ଦେବୀଙ୍କ ଲାଠି ଓ କୁର୍ଶୀକୁ ରଖି ପୁଜା କରାଯାଇଥିଲା । ମାନସିକ ପୁରଣ ପାଇଁ ଭକ୍ତମାନେ ଦେବୀ ଦେବତା ମାନଙ୍କୁ ମୁଣ୍ଡଆ ମାରି ଦୁଃଖ ସୁଖ ଜଣାଇଥିବା ବ୍ୟକ୍ତି ମାନଙ୍କୁ ବିନ୍ତି (ଚାଉଳ) ଦେଇ ଆଶିର୍ବାଦ ଦେଉଥିବା ଦେଖା ଯାଇଥିଲା । ଯାତ୍ରା ଅବସରରେ ବିରିମୁହାଣ ଗ୍ରାମରେ ରାତିରେ ବାଲିଗଜା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କମିଟି ସଭାପତି ସୁଧୀର ପୁଝାରି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି, ମୁଖ୍ୟ ବକ୍ତା ଭାବେ ସମାଜସେବୀ ଜିତେନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଜେପି ନେତା ଅର୍ଜୁନ ଭାଟି, ସନ୍ତୋଷ ମାଝୀ, ମଧୁବନ ପାତ୍ର,ସିଆରସିସି କେଦାର ନାଏକ,ଭାସ୍କର ଦଣ୍ଡସେନା ମଞ୍ଚ ରେ ଉପସ୍ଥିତ ଥିଲେ। ସାଂସ୍କୃତିକ ମଞ୍ଚ କୁ ଶରତ ନାଏକ ସଂଯୋଜନା କରିଥିଲେ।କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ