Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲପାଳୀ ୟୁପି ସ୍କୁଲ ରେଶିକ୍ଷକ ଅଭିଭାବକ ସମ୍ବିଳନୀ ଅନୁଷ୍ଠିତ।

କଳାହାଣ୍ଡି:୩୦/୧୧
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମା ଶଙ୍କର ଦୀପ ଙ୍କ ସଭାପତିତ୍ବରେ ଶିକ୍ଷକ ଅଭିଭାବକ ସମ୍ବିଲନି ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଭି କୋଟେଶ୍ୱର୍ ରାଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ବେଳେ ସ୍ୱେଚ୍ଛାସେବୀ ଶିକ୍ଷୟତ୍ରୀ ଦିବ୍ୟସେନି ଦୁର୍ଗା ଆପାର ଆଇ.ଡି ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ବିଦ୍ୟାଳୟ ର ବିଭିନ୍ନ ପ୍ରସଙ୍ଗରେ ଅଭିଭାବକ ବୃନ୍ଦ ଶିକ୍ଷକ ଙ୍କୁ ପ୍ରଶ୍ନ ପଚାରି ସନ୍ତୋଷ ଜନକ ଉତ୍ତର ପାଇଥିଲେ। ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଆପାର୍, ଏନ୍ ଇ ପି ୨୦୨୦ ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ରେ ଦୃଷ୍ଟି ଆକର୍ଷଣ କରିଥିଲେ। ଜୟପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ ଙ୍କୁ ସଭାରେ ପ୍ରଶଂସା କରାଯାଇଥିଲା। ତାଙ୍କ ଅନୁଦାନ ରୁ ବିଦ୍ୟାଳୟର ୯ ହଜାର ସ୍କ୍ୱେର ଫୁଟ ରୁ ଅଧିକ ପରିସରକୁ ଟାଇଲ କାର୍ଯ୍ୟ, ବାହାର ପରିବେଶ ପେପର୍ ବ୍ଲକ, ଶୌଚାଳୟ ର ନବୀକରଣ ନିଜ ହାତକୁ ନେଇ କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି। ସଭାରେ ସମସ୍ତ ଅଭିଭାବକ ଭୋଳନାଥ ନାଏକ, ସୁଶିଲ ସାହୁ, ପୂର୍ଣ୍ଣମୀ ପୁଝାରୀ, ରୁକ୍ମଣୀ ପ୍ରଧନୀ ଉପସ୍ଥିତ ରହି ନିଜ ମତାମତ ପ୍ରଦାନ କରିଥିଲେ। ପରିଶେଷରେ ରଞ୍ଜନ ବରିହା ସିଂହ, ରୁଚିତା ନାୟକ, ଶଶି ଦଳପତି, ନିବେଦିତା ବଣୁଆ, ଧରିତ୍ରୀ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ।