କଳାହାଣ୍ଡି:୦୧/୧୨:ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ୟୁଥ୍ ରେଡ ଓ ରେଡ ରିବନ୍ କ୍ଲବର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ଏଡ୍ସ ଦିବସ ଉପଲକ୍ଷେ ଏକ ସଚେତନତା ରେଲି ତା. ୦୧- ୧୨-୨୦୨୪ରେ ଅନୁଷ୍ଠିତ ହୋଯାଇଅଛି। ଉକ୍ତ ରେଲିଟି କଲେଜ ଛକରୁ ଆରମ୍ଭ କରି ସହରର ପ୍ରମୁଖ ସ୍ଥାନ ଅତିକ୍ରମ କରିବା ପରେ ଗାନ୍ଧୀ ଛକ ଠାରେ ସମାପ୍ତ ହୋଇଥିଲା । ଉକ୍ତ ରେଲିକୁ ଅନୁଷ୍ଠାନରନିର୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମଙ୍ ଓ ଅନ୍ୟତମ ନିର୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାରଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇ ଥିଲା । ଏହି ସମାବେଶରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏକ ଏଡ୍ସ ନିରାକରଣ ସମ୍ବନ୍ଧୀୟ ସ୍କିଟ ପ୍ରଦର୍ଶନ କରି ଏହାର ନିରାକରଣ ସମ୍ବନ୍ଧୀୟ ଜ୍ଞାନ ଜନସାଧାରଣଙ୍କ ମଧ୍ୟରେ ପ୍ରଦାନ କରିଥଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ୱାଇ.ଆର.ସି ର ସଂଯୋଜକ ସଚିବ , ଶ୍ରୀଯୁକ୍ତ ସଞ୍ଜୀବ କୁମାର ସାହୁ( ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ), ତାଙ୍କ ବହୁମୂଲ୍ୟ ଜ୍ଞାନ ପ୍ରଦାନ କରିଥିଲେ | ଅନୁଷ୍ଠାନର ଅନ୍ୟତମ ନିର୍ଦ୍ଦେଶିକା ଶ୍ରୀମତୀ ଡି. ବିଜୟା(ଏକାଡେମିକ୍ ଇନଚାର୍ଜ, ପରିଚାଳନା କମିଟି ସଦସ୍ୟ), ଶ୍ରୀମତୀ ଡି. ପଦ୍ମିନୀ (ପରିଚାଳନା କମିଟି ସଦସ୍ୟ), ଓ ବି.ବି.ଏ, ବି.ସି.ଏ ବିଭାଗର ଅଧ୍ୟକ୍ଷ ଡ଼. ସୁଦୀପ୍ତ କୁମାର ଜାନା, ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଡ. ଆଦିତ୍ୟ କୁମାର ପଟ୍ଟନାୟକ ମଧ୍ୟ ସମାବେଶରେ ଏଡ୍ସ ନିରାକରଣ ପାଇଁ ତାଙ୍କ ମତ ପ୍ରଦାନ କରିଥଲେ । ବି.ବି.ଏ, ବି.ସି.ଏ ବିଭାଗର କୁମାର ମନ୍ଥନ ସାହୁ, ବିଜ୍ଞାନ ବିଭାଗର ଅଭିଜିତ ପଟ୍ଟଯୋଶୀ, ବରିଷ୍ଠ ୱାଇ.ଆର.ସି ପରାମର୍ଶଦାତା ଭାବେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନର ବିଭିନ୍ନ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ମଧ୍ୟ ସହଯୋଗ କରିଥିଲେ |