Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ଡ୍ରାଇଭର ମହାସଙ୍ଘ ର ସାଙ୍ଗଠାନିକ ବୈଠକ ନୂତନ କର୍ମକର୍ତ୍ତା ଚୟନ।

କଳାହାଣ୍ଡି:୦୨/୧୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ୍ରାଇଭର ମହାସଙ୍ଘ ର ପକ୍ଷରୁ ସାଙ୍ଗଠାନିକ ବୈଠକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକ ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।କୋକସରା ବ୍ଲକ ଡ୍ରାଇଭର ମହାସଂଘ ର ସଭାପତି ଜଗନ୍ନାଥ ଦଳପତି ଙ୍କ ସଭାପତିତ୍ୱ ରେ ଏହି ସଙ୍ଘ ର ବୈଠକରେ ଜିଲ୍ଲା ଉପଦେଷ୍ଟା କମିଟି ର ସଦସ୍ୟ ଭଗବାନ ପଟ୍ଟନାୟକ ଙ୍କ ଉପସ୍ଥିତି ରେ ଡ୍ରାଇଭର ସଙ୍ଘ ର ବିଭିନ୍ନ ସମସ୍ୟା ଉପରେ ବିଷଦ ଭାବେ ଆଲୋଚନା କରିଥିଲେ। ପରେ ସର୍ବ ସମ୍ମତି କ୍ରମେ ଖାଲି ପଡିଥିବା ପଦବୀ ରେ ବ୍ଲକ ଉପ ସଭାପତି ଭାବେ ବୃନ୍ଦାବନ ଦୁର୍ଗା, ସହ ସମ୍ପାଦକ ଲିଙ୍ଗରାଜ ପୁଝାରି, ଉପଦେଷ୍ଟା ଭାବେ ନବାଵ ଦାସ ଙ୍କୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ନାରାୟଣ ଶଗଡିଆ,କୋଷାଧ୍ୟକ୍ଷ ଭୁପେନ୍ଦ୍ର ସୁନାନୀ, ବ୍ଲକ ସଙ୍ଘ ର ଉପଦେଷ୍ଟା କମିଟି ର ବଲ ମାଝୀ, ପାର୍ଥ ମନହୀରା ପ୍ରମୁଖ ଉପସ୍ଥିତ ରହି ବ୍ଲକ ଡ୍ରାଇଭର ମହାସଂଘ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।