Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାନସଭା ରେ ଉଠା ଜଳସେଚନ ପ୍ରକଳ୍ପ ରୁ ଜଳସେଚନ ଦାବି କଲେ ଧର୍ମଗଡ ବିଧାୟକ।

କଳାହାଣ୍ଡି:୦୫/୧୨
ଚଳିତ ରବି ଚାଷ ପାଇଁ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ରୁ ଜଳସେଚନ ବନ୍ଦ ନେଇ ବିଭାଗୀୟ ସୂତ୍ରରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜଳସେଚନ ଦାବି ରେ ଧର୍ମଗଡ ଉପଖଣ୍ଡ ୩ ବ୍ଲକ ଜୟପାଟଣା,କୋକସରା ଓ ଧର୍ମଗଡ ଚାଷି ଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିଥିବା ବେଳେ ଚାଷୀ ମାନେ ଉପଖଣ୍ଡ ଜିଲ୍ଲା ପ୍ରଶାସନ ନିକଟରେ ଦାବିପତ୍ର ପ୍ରଦାନ ସହ ଗତ ୩ ତାରିଖରେ ମୋଟେର ଛକ ରେ ଜାତୀୟ ରାଜପଥ ୨୬ ଅବରୋଧ କରିଥିଲେ। ଜଳସେଚନ ନେଇ ସ୍ଥାନୀୟ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ମଧ୍ୟ ଦାବି ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଥିଲେ। ଚାଷୀ ଙ୍କ ବୃହତ ସ୍ୱାର୍ଥ କୁ ପ୍ରାଧାନ୍ୟ ଦେଇ ବିଧାୟକ ଗୁରୁବାର ବିଧାନସଭା ରେ ଶୂନ୍ୟ କାଳ ରେ ଚାଷି ଙ୍କୁ ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ରବି ଚାଷ ପାଇଁ ଉଠା ଜଳସେଚନ ପ୍ରକଳ୍ପ ରୁ ଜଳସେଚନ ଯୋଗାଇ ଦେବାକୁ ଦାବି ଉପସ୍ଥାପନ କରିଛନ୍ତି।