Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି:୦୬/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମରେ ନବ ନିର୍ମିତ ଶ୍ରୀ ଶ୍ରୀ ଶ୍ରୀ କାଳେଶ୍ୱର ମହାଦେବ ଙ୍କ ମନ୍ଦିର ରତ୍ନମୁଦ ଉତ୍ସବ ଶୁକ୍ରବାର ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ରତ୍ନମୁଦ ଉତ୍ସବ ଅବସରରେ ଶୁକ୍ରବାର ସକାଳ ରୁ ଓଲମା ଗ୍ରାମ ରେ ନାମ ସଂକୀର୍ତ୍ତନ ସହ ଭକ୍ତିମୟ ପରିବେଶ ମଧ୍ୟରେ ମନ୍ଦିର ପରିସରରେ ରତ୍ନମୁଦ ଉତ୍ସବ ର ମୁଖ୍ୟ ପୂଜକ ଗୋପାଳ ଜି ଠାକୁର ଓ ଶ୍ରୀପତି ଠାକୁର ଶ୍ରୀ କାଳେଶ୍ୱର ମହାଦେବ ଙ୍କ ମହା ମୃତ୍ୟୁଞ୍ଜୟ ପଞ୍ଚାକ୍ଷର ମନ୍ତ୍ର ସହ ପୂର୍ବ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ପୂଜାକର୍ତ୍ତା ଭାବେ ଲଡୁଗାଁ ଗ୍ରାମ ର କମଳ ଅଗ୍ରୱାଲ ସପତ୍ନୀକ ପୂଜାବିଧି ତୁଲାଇଥିଲେ। ରତ୍ନମୁଦ ର ଶୁଭ ବେଳା ଦିନ ୧୧ ଘଣ୍ଟା ୩୦ ମିନିଟ ରେ ରହିଥିବା ବେଳେ ନିର୍ଦ୍ଧାରିତ ସମୟ ରେ ମନ୍ଦିର ରେ ରତ୍ନମୁଦ ଉତ୍ସବ ବିଧି ଅନୁସାରେ ପାଳନ କରାଯାଇଛି। ଶ୍ରୀ କାଳେଶ୍ୱର ମହାଦେବ।ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୁମନ୍ତ କୁମାର ଅଗସ୍ତି, ସଞ୍ଜୀବ କୁମାର ପଣ୍ଡା, ସୁମନ୍ତ ଅଗସ୍ତି, ଅଚ୍ୟୁତ କୁମାର ସାହୁ,ଧନଞ୍ଜୟ ସାହୁ,ଆଶିଷ କୁମାର ପଣ୍ଡା,ତ୍ରିନାଥ ଶବର ସମେତ ମନ୍ଦିର ପୂଜକ ନିତ୍ୟାନନ୍ଦ ଶବର ଗ୍ରାମବାସୀ ମାନେ ଉପସ୍ଥିତ ରହି ରତ୍ନମୁଦ ଉତ୍ସବ ର ସମସ୍ତ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ରତ୍ନମୁଦ ଉତ୍ସବ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହିଥିଲେ।