Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଝାଡେଶ୍ୱରୀ ମହାବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ସମ୍ବଲପୁର
:ମା ଝାଡେଶ୍ୱରୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ଯୁକ୍ତ ତିନ ସ୍ରୋତର ଜାତୀୟ ସେବା ଯୋଜନା ଏବଂ ୟୁଥ ରେଡକ୍ରସ ଓ ରେଡ ରିବନ କ୍ଲବ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଯୁକ୍ତ ଦୁଇ ସ୍ରୋତର ଅଧ୍ଯକ୍ଷ ଅଶୋକ କୁମାର ପୁରୋହିତ ଏବଂ ଯୁକ୍ତ ତିନ ସ୍ରୋତର ଅଧ୍ଯକ୍ଷ ଅନିଲ ପ୍ରଧାନଙ୍କ ଉପସ୍ଥିତିରେ ଠେମରା ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରତାପ ନାଏକ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଶିବିରରେ ସମୁଦାୟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମ୍ବଲପୁର ଜିଲ୍ଲା ରକ୍ତ ଭଣ୍ଡାର କାଉନସିଲର କର୍ମଦେବ ପଟେଲ, ଟେକନିସିଆନ ମାଧବ ଚନ୍ଦ୍ର ସାହୁ,ବର୍ଷାରାଣୀ ମହାପାତ୍ର,ଗଣେଶ ଚନ୍ଦ୍ର ସେଠ ଏବଂ ଯୁକ୍ତ ଦୁଇର ରେଡକ୍ରସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସ୍ମାରକୀ ମାହାର,ଯୁକ୍ତ ତିନର ରେଡକ୍ରସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବଳଦେବ ମହାକୁର,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁଙ୍କ ସମେତ ରବିନ୍ଦ୍ରନାରାୟଣ ଠାକୁର,ପଣ୍ଡିତ ବ୍ୟାସଦେବ ପଣ୍ଡା,ରବିଶଙ୍କର ହୋତା,ଦିଲୀପ କୁମାର ମିଶ୍ର,ଏକାଦଶୀଆ ଦଳେଇ,ଜୀବର୍ଦ୍ଧନ ସେଠ,ଯଦୁମଣି ସାହୁ,ସୁଶ୍ରୀତ ଷଢଙ୍ଗୀ,ଦିଲୀପ କୁମାର ଗୁରୁ,ଚୈତନ୍ଯ ସେନାପତି ପ୍ରମୁଖ ଅଧ୍ୟାପକ କର୍ମଚାରୀ ସହଯୋଗ କରିଥିଲେ। ଯକ୍ତଦୁଇ ପୂର୍ବତନ ପରିଚାଳନା ପରିଷଦର ସଭାପତି ଦିଲୀପ କୁମାର ମିଶ୍ର,ଉପସଭାପତି ପରମାନନ୍ଦ ସିଟ,ସମ୍ପାଦକ ରବିନ୍ଦ୍ର ପୃଷ୍ଟି ଏବଂ ଯୁକ୍ତ ତିନର ସଭାପତି ଲଳିତ ମୋହନ ସେନାପତି ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ