Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଣବସା ଲକ୍ଷ୍ମୀ ପୂଜା ପାଇଁ ଅଧିବାସ ସହ ଭବ୍ୟ କଲସ ଯାତ୍ରା।

କଳାହାଣ୍ଡି:୧୦/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମା ଜଗନ୍ନାଥ ମନ୍ଦିର ବସ୍ତିପଡା ରେ ପବିତ୍ର ମାଣବସା ଗୁରୁବାର ଲକ୍ଷ୍ମୀ ପୂଜା ଅବସରରେ ଅଧିବାସ ସହ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଅପରାହ୍ନ ରେ ଲକ୍ଷ୍ମୀ ପୂଜା ମଣ୍ଡପ ରୁ ପୂଜାକର୍ତ୍ତା ଙ୍କ ସହ ଶତାଧିକ ଯୁବତୀ,ମହିଳା ମାନେ ମୁଣ୍ଡ ରେ କଳସ ଧାରଣ କରି ଏକ ବିରାଟ ଭବ୍ୟ ଶୋଭାଯାତ୍ରାରେ ଘଣ୍ଟୁଆ, ସଂକୀର୍ତ୍ତନ ଦଳ ରେ ନଗର ପରିକ୍ରମା କରି ପଦ୍ମ ପୋଖରୀ ରୁ ପଣ୍ଡିତ ଙ୍କ ମନ୍ତ୍ର ଉଚ୍ଚାରିତ ଜଳ ନେଇ ଲକ୍ଷ୍ମୀ ପୂଜା ମଣ୍ଡପ ରେ ଆଣି ସ୍ଥାପନ କରିଥିଲେ। ଲକ୍ଷ୍ମୀ ପୂଜାକାର୍ଯ୍ୟ ପଣ୍ଡିତ ଶ୍ରୀପତି ଠାକୁର ତୁଲାଉଥିବା ବେଳେ ପୂଜାକର୍ତ୍ତା ଭାବେ କିଶୋର ଚନ୍ଦ୍ର ପ୍ରଧାନୀ ପତ୍ନୀ ସାରଙ୍ଗିନୀ ପ୍ରଧାନୀ ପୂଜାବିଧି ତୁଲାଇଥିଲେ। ଲକ୍ଷ୍ମୀ ପୂଜା କୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳା ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ପୂଜ୍ୟ ପ୍ରବଚକ ଶ୍ରୀ ଆଶ୍ରିବାଦ ଜି ମହାରାଜ ଙ୍କ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ସାଙ୍ଗକୁ ନାଟକ ପରିବେଷଣ ଭଳି କାର୍ଯ୍ୟକ୍ରମ ରହିଛି।ପୂଜା କମିଟି ସଭାପତି କୈଳାଶ ଚନ୍ଦ୍ର ଦାସ,ଉପ ସଭାପତି ଲଳିତ ଶବର,ସମ୍ପାଦକ ମୋକ୍ଷ୍ୟ ରାମ ପ୍ରଧାନୀ, ସହ ସମ୍ପାଦକ ବସନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପ୍ରଧାନୀ, ରାମ ନାରାୟଣ ପ୍ରଧାନୀ, ଆଦିତ୍ୟ କୁମାର ପ୍ରଧାନୀ,ଦେବାନନ୍ଦପଟ୍ଟନାୟକ, ଅଶୋକ ପଟ୍ଟନାୟକ,ଲଳିତ ମୋହନ ପ୍ରଧାନୀ, ଆକାଶ ନାୟକ, ହରି ମାଝୀ, ସଚିନ ପ୍ରଧାନୀ, ଗୁଳଚୂନ ପ୍ରଧାନୀ ସେବକ କବି ମାଝୀ,ଘନଶ୍ୟାମ ପ୍ରଧାନୀ ଓ ଗ୍ରାମବାସୀ ମାନେ ପୂଜା ପରିଚଳନା ରେ ସହଯୋଗ କରିଛନ୍ତି।