Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନସରା ଠାରେ ନୂତନ ଧାନମଣ୍ଡି ଉଦଘାଟନ,ଅଞ୍ଚଳ ର ଚାଷି ଙ୍କ ମଧ୍ୟରେ ଉତ୍ସାହ।

କଳାହାଣ୍ଡି:୧୨/୧୦
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ଧନସରା ଗ୍ରାମ ଠାରେ ଗୁରୁବାର ନୂତନ ଧାନ ମଣ୍ଡି ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦିର୍ଘ ବର୍ଷ ରୁ ଅଞ୍ଚଳ ର ଚାଷି ଦାବି କୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ମଣ୍ଡି ଖୋଲାଯାଇଛି।କୃଷି ସମବାୟ ସମିତିର ସଭାପତି ନିହାର ରଞ୍ଜନ ବେହେରା ଙ୍କ ସଭାପତିତ୍ୱ ରେ ଉଦଘାଟିତ କାର୍ଯ୍ୟକ୍ରମ ଅବସରରେ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ,ସମିତି ସଭ୍ୟ ଗଜାନନ ନିଆଳ, ବିଜେପି ନେତା ତ୍ରିନାଥ ଶବର, ସମବାୟ ସମିତିର ଡ଼ାଇରେକ୍ଟର ରୁଦ୍ର ପ୍ରସାଦ ନାଏକ, ମାର୍କଣ୍ଡ ବେମାଲ, ଜଗନ୍ନାଥ ସତନାମୀ, ଇଶ ରାମ ବେହେରା, ତନୁକଲାଲ ନାଗ, କିଶୋର ନାଏକ ବଳରାମ,ବିରଞ୍ଚି ଶବର, କାଶୀନାଥ ବେମାଲ,ଜଗତରାମ ସତନାମୀ,ପଦ୍ମଲାଲ ସତନାମୀ, ଭଗବାନ ସତନାମୀ,ଅର୍ଜୁନ ଶବର, ଲାଲ କେଶରୀ ସତନାମୀ ସତନାମୀ,ପ୍ରମୁଖ ଉପସ୍ଥିତ ରହି ମଣ୍ଡି କୁ ଉଦଘାଟନ କରିଥିଲେ।