Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବାହାଲ ଧନୁଯାତ୍ରା ଅନ୍ତିମ ରଜନୀ:ଭଗବାନ କୃଷ୍ଣଙ୍କ ଦ୍ଵାରା ମହାମାନି କଂସାସୁର ନିଧନ ସହ ଧନୁଯାତ୍ରା ଉଦଯାପିତ

ସମ୍ବଲପୁର, ତା.୧୨।୧୨ : ଦୀର୍ଘ ଛଅ ଦିନ ବ୍ୟାପି ପଡିଆବାହାଲ ଠାରେ ଅନୁଷ୍ଠିତ ହୋଇଥିବା ଧନୁଯାତ୍ରା ଆଜି ଅନ୍ତିମ ରଜନୀରେ ଭଗବାନ କୃଷ୍ଣଙ୍କ ଦ୍ଵାରା ମହାମାନି କଂସାସୁର ନିଧନ ସହ ଧନୁଯାତ୍ରା ଉଦଯାପିତ ହୋଇଯାଇଅଛି। ଆଜିକାର ନାଟକୀୟ ଦୃଶ୍ୟପଟରେ ମହାରାଜ କଂସଙ୍କ ଦ୍ଵାରା ଅକ୍ରୁରଙ୍କୁ ଗୋପପୁର ପ୍ରେରଣ କରି କୃଷ୍ଣ ବଳରାମଙ୍କୁ ଧନୁଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ରକ୍ଷା କରି କୃଷ୍ଣ ବଳରାମ ଧନୁଯାତ୍ରା ଦେଖିବା ସକାଶେ ମଥୁରା ନଗରୀକୁ ଆସିଥିଲେ। ସେଠାରେ ଅନୁଷ୍ଠିତ ଧନୁଯାତ୍ରାରେ ମାହାମାନି କଂସଙ୍କ ସହିତ କୃଷ୍ଣ ବଳରାମଙ୍କ ଯୁଦ୍ଧ ହୋଇଥିଲା। ସର୍ବଶେଷରେ ଅନ୍ୟାୟର ପରାଜୟ ଘଟି କୃଷ୍ଣଙ୍କ ଦ୍ଵାରା କଂସଙ୍କ ନିଧନ ହୋଇ ନ୍ୟାୟର ଜୟ ହୋଇଥିଲା।
ଆଜିକାର ରାଜକୀୟ ଅତିଥି ଭାବରେ ସାମ୍ବାଦିକ ହିମାଂଶୁ ମିଶ୍ର, ରମାକାନ୍ତ ବିଶ୍ବାଳ,ସରୋଜ ସାହୁ, ସଞ୍ଜୀବ ପାଣିଗ୍ରାହୀ ତଥା ବିଶେଷ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଇଂ. ରୋହିତ ପୂଜାରୀଙ୍କ ସହିତ ଵାହାମ ସରପଞ୍ଚ ସରସ୍ଵତୀ ଭୋସାଗର, ପଡିଆବାହାଲ ଦୁର୍ଗାପୂଜା କମିଟିର ଉପଦେଷ୍ଟା ତଥା ସମାଜସେବୀ ସୁବୋଧ ବେହେରା ଉପସ୍ଥିତ ରହି ମଞ୍ଚରେ କମିଟି କର୍ମକର୍ତ୍ତାଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ।
ଛଅ ଦିନ ବ୍ୟାପି ଏହି ଯାତ୍ରାରେ ପ୍ରତ୍ୟହ ସହସ୍ରାଧିକ ଦର୍ଶକଙ୍କ ଉପସ୍ଥିତିରେ ମୀନାବଜାର ସହିତ ଦର୍ଶକ ମାନେ ବିଭିନ୍ନ ଖାଇବା ସାମଗ୍ରୀର ଆନନ୍ଦ ନେଇଥିଲେ। ସଭା କାର୍ଯ୍ୟକ୍ରମକୁ ଡା. ରାଜାରାମ ଷଡ଼ଙ୍ଗୀ ସଂଯୋଜନା କରିଥିବାବେଳେ ସଭାପତି ପ୍ରମୋଦ ମଗର, ସମ୍ପାଦକ ସଞ୍ଜୀବ ଭୋଇ, ମୁନା ମହାନନ୍ଦ, ରୁପେଶ ପାତ୍ର, ଦୁର୍ଗେସ ସାହୁ ପ୍ରମୁଖ ଏହାକୁ ପରିଚଳନା କରିଥିଲେ।ଏଥିରେ ପଡିଆବାହାଲ ଦୁର୍ଗା ପୂଜା କମିଟି ଓ ଅଞ୍ଚଳର ସମସ୍ତ ଅନୁଷ୍ଠାନ ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।