Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ, ୮ ଓ ୯ ଦୁଇଦିନ ଉତ୍ସବପାଳନ।

କଳାହାଣ୍ଡି:୧୩/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ଶୁକ୍ରବାର କୋକସରା ବ୍ଲକ ପଞ୍ଚାୟତ ସଭାଗୃହ ରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ବି ଏସ ଏସ ଓ ଦୀପକ କୁମାର ବେହେରା ଗତବର୍ଷ ର ଆୟବ୍ୟୟ ବିବରଣୀ ପଠନ କରିବା ପରେ ଚଳିତ ବର୍ଷ ଉତ୍ସବ ପାଳନ ପାଇଁ ଆଲୋଚନା କରାଯାଇଛି। ଆସନ୍ତା ମାସ ୮ ଓ ୯ ତାରିଖରେ ଦୁଇଦିନ ଧରି ଉତ୍ସବ ପାଳନ ଚୂଡାନ୍ତ କରାଯାଇଛି। ମା ମାଣିକେଶ୍ୱରୀ ମନ୍ଦିର ର ରୂପରେଖ କୁ ସ୍ଥାନିତ କରାଯିବ।ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ,ବିଜେପି ନେତା ତ୍ରିନାଥ ଶବର, ଦୁର୍ଗା ପ୍ରସାଦ ପ୍ରଧାନୀ, ପ୍ରମୋଦ ପ୍ରଧାନୀ, ବ୍ଲକ ସାଂସ୍କୃତିକ ଉପ ସଭାପତି ମହେଶ୍ବର ସରାଫ ,ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ,ଅଧ୍ୟକ୍ଷ ପଞ୍ଚାୟତ କଲେଜ ପୁଷ୍ପରାଜ ମେହେର, ଅଧ୍ୟାପକ ସୁବ୍ରତ ବେହେରା, ଐରି ନାଶନ ଚିନ୍ଦା,ସାମାଜିକ କର୍ମି ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଧଙ୍ଗଡାମାଝୀ, ଶିବ ପ୍ରସାଦ ପ୍ରଧାନୀ, ତ୍ରିଭୁବନ ନାଏକ, ନନ୍ଦ କିଶୋର ଧରୁଆ,ଜିତେନ୍ଦ୍ର ପ୍ରଧାନୀ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛାତ୍ରୀଆ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ଓଏଭି ଅଧ୍ୟକ୍ଷା ନିଝୁମ ରାଣି ପଣ୍ଡିତ, ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି,ବିଭିନ୍ନ ପରିଚାଳନା କମିଟିର ର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।