Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଙ୍ଗୋମୁଣ୍ଡା ରେ ଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୧୪/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମରେ ମାଣବସା ଗୁରୁବାର ଉପଲକ୍ଷେ ମହାଲକ୍ଷ୍ମୀ ଙ୍କ ପୂଜା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ରାତିରେ ରେକର୍ଡ ଡ୍ୟାନ୍ସ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୂଜା କମିଟି ସଭାପତି ଗୌତମ ପୁଝାରି ଙ୍କ ସଭାପତିତ୍ୱ ରେ।ମୁଖ୍ୟ ଅତିଥି ଭାବେ ସେବା ନିବୃତ ଯବାନ ଭୋଳାନାଥ ଦଳପତି, ମୁଖ୍ୟ ବକ୍ତା ଭାବେ ଜଗବନ୍ଧୁ ପୁଝାରି, ସମ୍ମାନିତ ଅତିଥି ଭାବେ ଦେବୀ ପ୍ରସାଦ ପୁଝାରି, ଝଜନେସ୍ଵର ନାଏକ, ଗୋପାଳ ବାଗ, ଜଗନ୍ନାଥ ଦଳପତି ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଅବସରରେ ଦେଶସେବା ରୁ ନିଜ କାର୍ଯ୍ୟକାଳ ସାରି ଗାଁ କୁ ଫେରିଥିବା ସିଆରପିଏଫ ଯବାନ ଭୋଳାନାଥ ଦଳପତି ଙ୍କୁ ଦେଶସେବା ରେ ଗାଁ ର ନାଁ କୁ ଟେକ ରଖିବା ପାଇଁ ଗ୍ରାମବାସୀ ଙ୍କ ପକ୍ଷରୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ପିଣ୍ଟୁ ଗହୀର ମଞ୍ଚ ପରିଚାଳନା କରିଥିଲେ।ପରେ ରେକର୍ଡ ଡ୍ୟାନ୍ସ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପୂଜା କମିଟି ପକ୍ଷରୁ ସମ୍ପାଦକ ଭୁପେନ୍ଦ୍ର ପୁଝାରି, ସହ ସମ୍ପାଦକ ରୂପେଶ କେତକୀ, କୋଷାଧ୍ୟକ୍ଷ ତୁଳସିରାମ ପୁଝାରି, ଜଗତାନନ୍ଦ ମାଝୀ,ମହମ୍ମଦ ଖାଁ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।