Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଧର୍ମଗଡ ପୋଲିସ

କଳାହାଣ୍ଡି:୧୪-୧୨
କଳାହାଣ୍ଡି ଜିଲ୍ଲା ଧର୍ମଗଡ ପୋଲିସ ର ସଫଳତା। ୧୩ ଚୋରି ବାଇକ୍ ଉଦ୍ଧାର ଜଣେ ଅଭିଯୁକ୍ତ ଗିରଫ l ଗିରଫ ଅଭିଯୁକ୍ତ ହେଲେ ଜୁନାଗଡ଼ ଥାନା ନକଟିଗୁଡା ଗାଁ ର ସୁମନ୍ତ ନାଏକ l ବିଭିନ୍ନ ଯାନିଯାତ୍ରା ସମୟ ରେ ଧର୍ମଗଡ ଉପଖଣ୍ଡ ଅଞ୍ଚଳ ରୁ ବିଭିନ୍ନ ପ୍ରକାର ଗାଡ଼ି ଚୋରି ହେଉଥିଲା ଓ ଏନେଇ ଧର୍ମଗଡ ଥାନା ବିରାମାଲ ଗାଁ ର ଆଶିଷ କୁମାର ନାଏକ ଦେଇଥିବା ଅଭିଯୋଗ କୁ ଭିତ୍ତି କରି ପୋଲିସ ଏକ ମମାଲା ରୁଜୁ କରିବା ସହ ଦୁଇଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନ ରୁ ୧୩ ଗୋଟି ଗାଡ଼ି ଉଦ୍ଧାର କରିଛି ଧର୍ମଗଡ ପୋଲିସ l ଉଦ୍ଧାର ଗାଡ଼ି ଗୁଡ଼ିକ କୁ ଅଭିଯୁକ୍ତ ମାନେ ବିକ୍ରି ଓ ବନ୍ଧକ ଦେଉଥିଲେ ଓ ଗିରଫ ଅଭିଯୁକ୍ତ ସୁମନ୍ତ ନିଜେ 6ଗୋଟି ଗାଡ଼ି ଚୋରି କରିଥିବା ସ୍ବୀକାର କରି ଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିବା ସହ ତଦନ୍ତ ମଧ୍ୟ ଚାଲିଥିବା ଶନିବାର ସକାଳ ୧୧ ଟା ରେ ପ୍ରେସ ମିଟ ମାଧ୍ୟମରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି l