Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ରୋ ଯିବେ କୋକସରା ଓଏଭି ଛାତ୍ର ପ୍ରୟାଗରାଜ।

କଳାହାଣ୍ଡି:୧୫/୧୨
ରିପୋର୍ଟ—ସନତ ପ୍ରଧାନୀ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଯିବାକୁ ମନୋନୀତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ର ପ୍ରୟାଗରାଜ ପଣ୍ଡା। ଭୁବନେଶ୍ୱର ଠାରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ୨୦୨୪ ରେ ଓଡିଶା ର ବିଭିନ୍ନ ଜିଲ୍ଲାରୁ ୩୦ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ କୃତକାର୍ଯ୍ୟ ହେବାପରେ ଏହି ସମ୍ଭାବନା ସୃଷ୍ଟି ହୋଇଛି। ଗତ ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରୟାଗରାଜ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି।
କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ର ଆଶିଷ କୁମାର ପଣ୍ଡା ଙ୍କ ପୁଅ ପ୍ରୟାଗରାଜ ପଣ୍ଡା ଗତ ନଭେମ୍ବର ମାସରେ ରାଜ୍ୟସ୍ତରୀୟ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପରୀକ୍ଷା ରେ ୬୦ ଜଣ ଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ପରବର୍ତ୍ତୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ରାଜ୍ୟର ୩୦ ଜଣ କୃତି ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସ୍ଥାନ ଅଧିକାର କରି ଇସ୍ରୋ ଯିବାପାଇଁ ମନୋନୀତ ହୋଇଛନ୍ତି । ଅନ୍ୟପକ୍ଷରେ ବିଦ୍ୟାଳୟ ର ଅନ୍ୟ ଜଣେ ନବମ ଶ୍ରେଣୀର ଛାତ୍ର ବିଷ୍ଣୁ ପ୍ରସାଦ ମେହେରା ରାଜ୍ୟ ସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ ରେ ଭାଗ ନେଇ ବକୃତା ରେ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରଥମ ସ୍ଥାନ ଅଧିକାର କରି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ନିକଟରୁ ସମ୍ବର୍ଦ୍ଧିତ ହୋଇଛନ୍ତି।।ଶିକ୍ଷାନୁଷ୍ଠାନ ର ଦୁଇଜଣ ଛାତ୍ର ଙ୍କ ସଫଳତା ପରେ ଓଏଭି ପକ୍ଷରୁ ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି।