Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ସମ୍ବଲପୁର:ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଛାତ୍ର ଜନତା ଦଳ ବିଭିନ୍ନ ଜିଲ୍ଲାର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଠାରେ ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ‌। ସେହି ଅନୁକ୍ରମରେ ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଇଂ ଅନମୋଲ ଦାଶ ଙ୍କ ନେତୃତ୍ୱ ରେ ସମ୍ବଲପୁର ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ଆଜି ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟ ଠାରେ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ସୁଦର୍ଶନ ହରିପାଲ,ରାଜ୍ୟ ବରିଷ୍ଠ ଉପ ସଭାପତି ଅବିନାଶ ପଟେଲ ,ରାଜ୍ୟ ଉପସଭାପତି ସୋମ୍ୟ ରଞ୍ଜନ ମହାପାତ୍ର, ସମ୍ବଲପୁର ଜିଲ୍ଲା ଛାତ୍ର ବିଜେଡି ସଭାପତି ଶୁଭ୍ରାଂଶୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।