Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ର ସଦସ୍ୟତା ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କଳାହାଣ୍ଡି:୧୭/୧୨
ରିପୋର୍ଟ—ସନତ ପ୍ରଧାନୀ
କୋକସରା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର କୋକସରା ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ସଦସ୍ୟତା ଅଭିଯାନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ସମେତ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ତ୍ରିନାଥ ବାଗ, ନାରିନେତ୍ରୀ ଅଶୋକା ନାଏକ, ବ୍ଲକ ସାଧାରଣ ସମ୍ପାଦକ ପଞ୍ଚକ ପୋଢ଼, ଅନୁସୂଚିତ ଜାତି ଜିଲ୍ଲା ସଦସ୍ୟ ଧବଳେଶ୍ବର ନାଗ,ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ,ରାଜେନ୍ଦ୍ର ନାଏକ,ହରେକୃଷ୍ଣ ନାଏକ ଆଶୁତୋଷ ପୁରୋହିତ, ରମେଶ ଦୁର୍ଗା, ସୁରେଶ ସାହୁ,ବିଜୟ ପଣ୍ଡା,ପ୍ରଦୀପ ନାଏକ, ନିଳାମ୍ବର ବାରିକ,ଅଭିମନ୍ୟୁ ଗୋପାଳ, ହେମନ୍ତ ବାଣୁଆ ସମେତ ୨୨ ପଞ୍ଚାୟତ ସଭାପତି ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ଏହି ଆଲୋଚନା ଚକ୍ର ରେ ଭାଗ ନେଇଥିଲେ। ବିଜେଡି ଦଳ ର ପୂର୍ବ ଗୌରବ କୁ ଫେରାଇ ଆଣିବାକୁ ତୃଣମୂଳ ସ୍ତରରେ ସଦସ୍ୟତା ଅଭିଯାନ କୁ ଏକ ଆନ୍ଦୋଳନ ରୂପ ରେ ନେବାକୁ ଜିଲ୍ଲା ସଭାପତି ଶ୍ରୀ ସିଂଦେଓ ଆହ୍ୱାନ ଦେଇଥିଲେ। ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ମଧ୍ୟ ୨୨ ପଞ୍ଚାୟତ ବିଜେଡି ସରକାର ଙ୍କ ପୂର୍ବରୁ ହୋଇଥିବା ଲୋକାଭିମୁଖୀ ଯୋଜନା କୁ ପ୍ରତି ଗାଁ ଗଣ୍ଡା ଓ ଘର ଘର ବୁଲି ସଚେତନ କରିବାକୁ ଉପସ୍ଥିତ କର୍ମି ଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଶେଷରେ ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ