Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତ୍ତା ଆଣିବାକୁ ବୃଦ୍ଧ ଧାଇଁଲେ ପଞ୍ଚାୟତ, ସେଠାରୁ ପ୍ରସ୍ତୁତ ହେଲା ମସାଣି

ସମ୍ବଲପୁର :ଭତ୍ତା ଆଣିବାକୁ ବୃଦ୍ଧ ଧାଇଁଲେ ପଞ୍ଚାୟତ, ସେଠାରୁ ମସାଣି ହେଲା ପ୍ରସ୍ତୁତ। ଶୁଣିବାକୁ ଆଶ୍ଚଯ୍ୟ ଲାଗୁଥିଲେ ବି ଘଟଣା ସତ।ଆଜି ଏଭଳି ଏକ ଅବାଭନୀୟ ଘଟଣା ଘଟିଛି ମାନେଶ୍ଵର ବ୍ଲକ ବରଗାଁ ପଞ୍ଚାୟତ କାର୍ଯ୍ୟାଲୟରେ।
ଛଞ୍ଚାଣପାଲି ଗ୍ରାମର ରବୀନ ଧରୁଆ ନାମକ ଜନୈକ ବୃଦ୍ଧ ବ୍ୟକ୍ତି ନିଜର ଭତ୍ତା ଆଣିବାକୁ ବରଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଥିବା ବେଳେ ମଧ୍ୟାହ୍ନରେ ହଟାତ ସେ ଟଳି ପଡିଲେ। ଲୋକଙ୍କ ପାଟିତୁଣ୍ଡ ହେବାରୁ ଉପସ୍ଥିତ ଜନତା ଓ ପଞ୍ଚାୟତ କର୍ମଚାରି ଆମ୍ବୁଲାନ୍ସ ଡାକି ସମ୍ବଲପୁର ସଦର ଡାକ୍ତରଖାନା କୁ ପଠାଇ ଥିଲେ। କିନ୍ତୁ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧମା ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ବୁର୍ଲା ଭୀମସାର କୁ ପଠାଇ ଘଟଣାର ଅଧିକ ତଦନ୍ତ କରୁଛି।
ଏହି ଘଟଣାକୁ ନେଇ ହତ ଚକିତ ହୋଇ ପଡିଛି ସାରା ଜିଲ୍ଲା। ଭତ୍ତା ବଣ୍ଟନ ପାଇଁ ଦିନ,ସମୟ ନିର୍ଘଣ୍ଟ କିଛି କାମ କରୁନଥିବା ବେଳେ, ବରିଷ୍ଟ ନାଗରିକ ମାନଙ୍କ ପାଇଁ ବସିବା ପାଇଁ ମଧ୍ୟ କୌଣସି ପର୍ଯ୍ୟାପ୍ତ ସୁବିଧା ନାହିଁ। ଅସହାୟ ବରିଷ୍ଠ ନାଗରିକ, ବିଧବା ମହିଳା ଭୋକ ଉପାସରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିବା ସ୍ଵାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ପକାଇଥାଏ ଏହା ଜାଣି ସୁଦ୍ଧା ଭତ୍ତା ନାମରେ ଏଭଳି ଭିଡ ପାଇଁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନ କୌଣସି ବ୍ୟବସ୍ଥା ପ୍ରତି ଯତ୍ନଶୀଳ କିମ୍ବା ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ ନକରିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଆଜି ଘଟିଥିବା କୁହାଯାଉଛି। ମଧୁମେହ, ରକ୍ତଚାପ, ଦୁର୍ବଳ ଶରୀର ପାଇଁ ଅତ୍ୟଧିକ ସମୟ ଧରି ଛିଡା ହେବା ସ୍ୱାସ୍ଥ୍ୟ ପ୍ରତି ବିପଦର ଆଶଙ୍କା ଥିବାରୁ ଏହି ଶ୍ରେଣୀର ବୃଦ୍ଧ, ବୃଦ୍ଧା ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ବୁଦ୍ଧିମାନ କାମ। ଏଥିପ୍ରତି ସରପଞ୍ଚ ଠାରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଯତ୍ନଶୀଳ ହେବା ଉଚିତ ବୋଲି ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ କହି ଆଗକୁ ଯେଭଳି ଏଭଳି ଆଉ କୌଣସି ଘଟଣା ରାଜ୍ୟରେ ନଘଟୁ ସେଥିପ୍ରତି ଧ୍ୟାନ ଦେଇ ପ୍ରତି ପଞ୍ଚାୟତରେ ବିଶ୍ରାମ ଓ ପାନୀୟ ଜଳ ବ୍ୟବସ୍ଥାକୁ କଡାକଡି ପାଳନ କରିବା ସହ ବରିଷ୍ଠ ନାଗରିକଙ୍କ ଭିଡ଼ ଦିନରେ ଷଡ
ସାଧାରଣ ଉପଚାର ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ସହଯୋଗ ନେବାପାଇଁ ନିୟମ ଆଣିବା ପ୍ରତି ସାରକାର ମଧ୍ୟ ଯତ୍ନଶୀଳ ହେବା ଉଚିତ ବୋଲି ଡା. ଷଡ଼ଙ୍ଗୀ କହିଛନ୍ତି।