Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନସ ରଞ୍ଜନ ମେମୋରିଆଲ ପାଦପେଣ୍ଡୁ ଟୁର୍ଣ୍ଣାମେଣ୍ଟ ଫାଇନାଲ ଝାର କୁଣ୍ଡାମାଲ ଦଳ ଚାମ୍ପିୟାନ।

କଳାହାଣ୍ଡି:୧୮/୧୨
ରିପୋର୍ଟ—ସନତ ପ୍ରଧାନୀ
କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଡୋଙ୍ଗରିଗୁଡା ଏନ ଏଚ ଖେଳ ପଡିଆ ରେ ମାନସ ରଞ୍ଜନ ପାତ୍ର ମେମୋରିଆଲ ଇଣ୍ଟର ଡିଷ୍ଟିକ ପାଦପେଣ୍ଡୁ ଟୁର୍ଣ୍ଣା ମେଣ୍ଟ ଫାଇନାଲରେ ଝାର କୁଣ୍ଡାମାଲ ଓ ଭଇରୀଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଉଦଯାପିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ କୃପାସିନ୍ଧୁ ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟ ଯୋଶୀ ଯୋଗଦେଇ ଗ୍ରାମାଞ୍ଚଳରେ କ୍ରୀଡା ର କ୍ରୀଡାବିଦ ର ଭିତ୍ତିଭୂମି ର ବିକାଶ ପାଇଁ ରାଜ୍ୟ ସରକାର ଆଗକୁ ଅନେକ ଯୋଜନା ର ବ୍ଲୁ ପ୍ରିଣ୍ଟ କରିଛନ୍ତି ବୋଲି କହିଛନ୍ତି।ସମ୍ମାନିତ ଅତିଥି ଭାବେ ଯୁବ ଉଦ୍ୟୋଗପତି ବିକ୍ରମ କୁମାର ଗୁପ୍ତା, ବଂଜାରା ସମାଜ ର ଜିଲ୍ଲା ସଭାପତି ଯଶୋବନ୍ତ ସିଂ ନାଏକ,ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପାତ୍ର, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ପୂର୍ବତନ ଜିଲ୍ଲା ପରିଷଦ ଅମୋଜ ପଣ୍ଡା, ବିଜେପି ନେତା ତ୍ରିନାଥ ଶବର, ଅର୍ଜୁନ ଭାଟି, ସ୍ୱୟଂବର ବାଗ, ନିହାର ରଞ୍ଜନ ମୁଣ୍ଡ, କେତନ ପାତ୍ର ହୀରାଲାଲ ସରାଫ, ଅନିରୁଦ୍ଧ ପାତ୍ର, ସୁଧୀର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଉଦଯାପିତ ଫାଇନାଲର ଉଭୟ ଦଳ ଖେଳାଳି ଙ୍କ ସହ ଅତିଥି ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଝାର କୁଣ୍ଡାମାଲ ଓ ଭଇରିଗୁଡା ମଧ୍ୟରେ ଚିତାକର୍ଷକ ଖେଳ ପ୍ରଦର୍ଶନ ହୋଇଥିବା ବେଳେ ୨/୧ ଗୋଲ ରେ ଝାର କୁଣ୍ଡାମାଲ ଦଳ ମ୍ୟାଚ ଚାମ୍ପିୟାନ ହୋଇଥିଲା। ଖେଳ ପରିଚାଳନା ରେ ରେଫରି ମାନସ ରଥ, ନବୀନ କୁମାର ବଗର୍ତ୍ତି, ଶେଷଦେଵ ମଲ୍ଲିକ ଓ ରାଜ କୁମାର ହେରନା କରିଥିବା ବେଳେ ଖେଳ ର ଧାରା ବିବରଣୀ ଶିକ୍ଷକ ବୈକୁଣ୍ଠ ଜାଲ ଓ ବାବୁଲା ଶବର ପ୍ରଦାନ କରିଥିଲେ। ପରିଶେଷରେ ବିଜେତା ଓ ଉପ ବିଜେତା ଟିମ କୁ ଉପସ୍ଥିତ ବିଧାୟକ ଓ ଅତିଥିମାନେ ଟ୍ରଫି ସହ ପୁରସ୍କୃତ କରିଥିଲେ। ଖେଳ ଉପଭୋଗ କରିବାକୁ ଖେଳ ପଡିଆ ରେ ହଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିଲା।