ଗୁଦଗୁଦା ସ୍କୁଲ ନିକଟରେ ରହିଛି ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ଗାଁ ସ୍କୁଲ ପଛପଟେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବେ ରହିଛି । ଏହାର ଚତୁଃପାର୍ଶ୍ଵରେ ସୁରକ୍ଷା ବାଡ ନଥିବା ବେଳେ ବିପଦ ପୂର୍ଣ୍ଣ ଭାବରେ ଗୋଟିଏ ଖୁମ୍ବ ରେ ଆଉଗୋଟିଏ ତଳେ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛି । ଏଠାକୁ ବିଭିନ୍ନ ସମୟରେ ଗାଈଗୋରୁ ଖାଦ୍ୟ ଅନ୍ୱେଷଣରେ ଆସି ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ମୁଖରେ ପଡିବା ସମ୍ଭାବନା କୁ ଏଡେଇ ଦିଆଯାଇ ନ ପାରେ ବୋଲି ଅଭିଯୋଗ ହେଉଛି l ଏହାର ଚତୁଃପାର୍ଶ୍ଵରେ ସୁରକ୍ଷା ବାଡ଼ ନଥିବାରୁ ଏଠାରେ ଛୋଟ ଛୋଟ ସ୍କୁଲ ର ପିଲା ଙ୍କ ସହ ପାଖରେ ଥିବା ନଳକୂପ ରୁ ପାଣି ନେଇ ଆସିଥିବା ଗାଁ ମହିଳା ମାନେ ତଥା ଗୋରୁଗାଈ ଙ୍କ ଜୀବନ ପ୍ରତି ଅସୁରକ୍ଷିତ ମନେ କରାଯାଉଛି । ଆହୁରି ମଧ୍ଯ ବିଦ୍ୟୁତ ଟ୍ରାନ୍ସଫର୍ମର ର ତିନି ଫେଜ ଲାଇନ ଖୁବ ପାଖରେ ରହିଛି l ତାହା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଗୁଦଗୁଦା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଟ୍ରାନ୍ସଫର୍ମର ଚାରି ପାଖ ବାଡ଼ ଦେଇ ସୁରକ୍ଷା ଅଣାଯିବାର ନିତ୍ୟାନ୍ତ ଆବଶ୍ୟକତା ରହିଛି l ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ବିଭାଗ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ସମସ୍ୟାର ସୁଧାର ଆଣିବାକୁ ଜନସାଧାରଣ ରେ ଦାବି ହେଉଛି ।