Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣାରେ ଗୁରୁତର ଯୁବକ ଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ବ୍ଲକ ଉପାଧ୍ୟକ୍ଷ।।

କଳାହାଣ୍ଡି: ୨୧/୧୨
ରିପୋର୍ଟ—ସନତ ପ୍ରଧାନୀ
ସବୁବେଳେ ଜନ ସେବା ପାଇଁ ଚର୍ଚ୍ଚା ରେ ରହି ଆସୁଥିବା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଆଜି ନିଜ ଗନ୍ତବ୍ୟ ପଥ ରେ ଯାଉଥିବା ବେଳେ ଜାତୀୟ ରାଜପଥ ରେ ଦୁର୍ଘଟଣାରେ ଗୁରୁତର ଜଣେ ଯୁବକ ଙ୍କୁ ଉଦ୍ଧାର କରି ନିଜ ଗାଡି ରେ ନେଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ଡାକ୍ତର ଙ୍କୁ କହି ଉପଯୁକ୍ତ ଚିକିତ୍ସା ପାଇଁ ପଦକ୍ଷେପ ନେଇଥିଲେ। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଯୁବକ ଜଣକ ସ୍ଥାନୀୟ ବଙ୍ଗୋମୁଣ୍ଡା କଲୋନୀ ପଡା ର ରାଜୁ ନାଏକ ବୋଳି ଜଣାପଡିଛି। ତାକୁ ରାସ୍ତା ପାର ହେଉଥିବା ବେଳେ କୌଣସି ଏକ ଅଜଣା କାର ଧକ୍କା ଦେଇ ଫେରାର ହୋଇଥିଲା। ସେହି ସମୟରେ ବ୍ଲକ ଉପାଧ୍ୟକ୍ଷ ସେହି ରାସ୍ତା ଦେଇ ଯାଉଥିବା ବେଳେ ଯୁବକ କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ତେବେ ଦୁର୍ଘଟଣାରେ ଯୁବକ ଙ୍କ ଗୋଡ଼ ଭାଙ୍ଗି ଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।