Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ପକ୍ଷରୁ ଗୋଲବଜାର ଛକ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଓ ସାଂସଦଙ୍କ ପୋଷ୍ଟର ଦାହ କାର୍ଯ୍ୟକ୍ରମ

ସମ୍ବଲପୂର,:ଗତକାଲି ସହରର ଗୋଲବଜାର ଛକ ଠାରେ ସମ୍ବଲପୂର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପୋଷ୍ଟର ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ଗୋଲବଜାର ଛକକୁ ଯିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରତିବାଦ କରାଯାଇଥିଲା। ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟଶଙ୍କର ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିରେ ବରିଷ୍ଠ କଂଗ୍ରେସ ନେତା ସୁରେଶ୍ଵର ମିଶ୍ରଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।ପରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପୋଷ୍ଟରକୁ ଦାହ କରାଯାଇଥିଲା।