Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସୁମଖୁଣ୍ଟି ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଞ୍ଚାଯତ ପକ୍ଷ ପାଳନ।

କଳାହାଣ୍ଡି:୨୨/୧୨
ରିପୋର୍ଟ—ସନତ ପ୍ରଧାନୀ
ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପର ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ଆନୁକୂଲ୍ୟ ରେ ରବିବାର ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି।କୁସୁମଖୁଣ୍ଟି ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପରିସର ରେ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ରେ କୁସୁମଖୁଣ୍ଟି ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ତ୍ରୁପ କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରିଣୀ ସୁଶ୍ରୀ ରଶ୍ମିତା ନେତମ ,ମୁଖ୍ୟ ବକ୍ତା ଭାବେ ସଚେତନ ଚାଷି ହର୍ଷ ବର୍ଦ୍ଧନ ପ୍ରହରାଜ, ସମ୍ମାନିତ ଅତିଥି ଭାବେ ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ବାଗ, କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ପ୍ରଧାନ, ଦିଲୀପ ଠାକୁର, ହୃଷିକେଶ ବେହେରା, ସୁଶାନ୍ତ କୁମାର ମାଝୀ ଓ ବାମ କେନାଲ ଅଧୀନରେ ଥିବା ବିଭିନ୍ନ ପାଣି ପଞ୍ଚାୟତ ର କର୍ମକର୍ତ୍ତା ମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ଅବସର ରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାତ୍ର ଇନ୍ଦ୍ରାବତୀ ବାମ କେନାଲ ଅଧୀନରେ ଥିବା ଜୟପାଟଣା, କୋକସରା, କଲମପୁର,ଜୁନାଗଡ଼ ଓ ଧର୍ମଗଡ଼ ବ୍ଲକ ର ମୋଟ ୧୧୧ ପାଣି ପଞ୍ଚାୟତ ର ମୋଟ ୩୯ ହଜାର ୮୩୦ ହେକ୍ଟର ପାଖାପାଖି ୧ ଲକ୍ଷ ଚାଷଜମି କୁ ବାମ କେନାଲ ରୁ ଜଳସେଚନ ହେଉଥିବା ଓ ଜଳସେଚନ ର ସୁପରିଚାଳନା ପାଇଁ ପାଣି ପଞ୍ଚାୟତ ଓ ଚାଷି ଙ୍କ ସହଯୋଗ କାମନା କରିଥିଲେ। ଚଳିତ ରବି ଚାଷ ପାଇଁ ୫ ବ୍ଲକ ର ପାଖାପାଖି ୨୭,୫୦୧ ହେକ୍ଟର ଚାଷଜମି କୁ ବାମ କେନାଲ ରୁ ଜଳସେଚନ ହେବାନେଇ ଓ ଆସନ୍ତା ଜାନୁୟାରୀ ୭ ତାରିଖ ରୁ ପର୍ଯ୍ୟାୟ କ୍ରମେ ଚାଷି ଙ୍କୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ସେହିପରି ଉପସ୍ଥିତ ଅତିଥିମାନେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାତ୍ର ବାମ କେନାଲ ଦାଇତ୍ୱ ରେ ଯୋଗ ଦେବା ପରଠୁ କେନାଲ ରେ ଜଳସେଚନ ରେ ବ୍ୟାପକ ସୁଧାର ଆସିଛି ବୋଳି କହିଥିଲେ।ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ପାଣି ପରିଚାଳନା ରେ ସଫଳ ରୂପାୟନ ପାଇଁ ସଫଳ ଚାଷି ଓ ଛାତ୍ରଛାତ୍ରୀ ଙ୍କୁ ଉଲ୍ଲେଖଯୋଗ୍ୟ ସଫଳତା ପାଇଁ ୭ ଜଣ ଚାଷୀ ଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଛି। ପାଣି ପଞ୍ଚାୟତ ସହକାରୀ ଯନ୍ତ୍ରୀ ଆଦିତ୍ୟ କୁମାର ପଟ୍ଟନାୟକ,କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ ମାଝୀ ଓ କୁସୁମଖୁଣ୍ଟି ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ