Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜି.ଏମ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ମହା ପ୍ରବନ୍ଧକ (ଜିଏମ୍) ବିପିନ ଦେହୁରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ସୂଚନା ଅନୁଯାୟୀ ତରଭାର ସୁନୀଲ ମିଶ୍ର ପିଏମଇଜିପି ଋଣ ପାଇଁ ଜିଲ୍ଲା ଶିଳ୍ପକେନ୍ଦ୍ରରେ ଅବେଦନ କରିଥିଲେ। ଋଣ ଦରଖାସ୍ତ ମଞ୍ଜୁର କରିବା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହା ପ୍ରବନ୍ଧକ ଶ୍ରୀ ଦେହୁରୀ ଆବେଦନକାରୀ ସୁନୀଲଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସୁନୀଲଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ଶ୍ରୀ ଦେହୁରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଶନିବାର ସୁନୀଲ ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟରେ ଶ୍ରୀ ଦେହୁରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସି ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା। ଏ ନେଇ ସମ୍ବଲପୁର ଭିଜିଲାନ୍ସ ପିଏସ କେସ ନଂ ୨୬ ତା.୨୦/୧୨/୨୪ ୟୁ/ଏସ ୭ ପି.ସି ଆମେଣ୍ଡ ମେଣ୍ଟ ଆକ୍ଟ ୨୦୧୮ ଆଧାରରେ ମାମଲା ରୁଜୁ ହୋଇଛି। ଶ୍ରୀ ଦେହୁରୀଙ୍କୁ ଗିରଫ କରାଯାଇ ବଲାଙ୍ଗୀର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଭିଜିଲାନ୍ସ ବିଭାଗରୁ ସୂଚନା ମିଳିଛି। ଚଢ଼ଉରେ ଭିଜିଲାନ୍ସ ଡିଏସ୍‌ପି, ଇନ୍ସପେକ୍ଟର ଓ ଏଏସଆଇ ପ୍ରମୁଖ ସାମିଲ ଥିଲେ।