Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡି ଧକ୍କା ରେ ମୃତ୍ୟୁ ଘଟଣା, ଶବ ରଖି ଜାତୀୟ ରାଜପଥ ଅବରୋଧ ଲିଖିତ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଲା।

ଶୁକ୍ରବାର ସନ୍ଧ୍ୟାରେ ଅଜଣା ଗାଡି ଧ୍ଵକ୍କା ରେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ମହାଜନଗୁଡା ଶିଉନି ମଧ୍ୟରେ କେନ୍ଦୁଡ଼ଙ୍ଗରି ଗ୍ରାମ ର ଧବଳେଶ୍ବର ବାଗ ଙ୍କ ଅଜଣା ଗାଡି ଧକ୍କା ଦେବା ଫଳରେ ବାଇକ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ବେଳେ ଆଜି ମୃତକ ଙ୍କ ପରିବାର ଓ ପରିଜନ ଓ ମହିଳା ମାନେ ଜାତୀୟ ରାଜପଥ ୨୬ ମହାଜନଗୁଡା ଛକ ରେ ଶବ ରଖି ଗାଡି କୁ ଚିହ୍ନଟ ସହ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି ରେ ଦିନ ୧୧ ଘଣ୍ଟା ରୁ ରାସ୍ତା ଅବରୋଧ କରିଥିଲେ। ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଆମପାଣି ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିଲା। ପରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବରାଡ଼ଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ପହଞ୍ଚି ମୃତକ ଙ୍କ ପରିବାର ଲୋକ ଙ୍କ ସହ ଆଲୋଚନା କରିବା ପରେ ପ୍ରଶାସନ ପକ୍ଷରୁ ତହସିଲଦାର ରେଡ଼କ୍ରସ ରୁ ୩୦ ହଜାର ସହ ଏନଏଫବିଏସ ରୁ ୨୦ ହଜାର, ଅଜଣା ଗାଡି ଧକ୍କା ରେ ମୃତ୍ୟୁ ହେଲେ ମିଳୁଥିବା ବୀମା ରାଶି ଓ ମୃତକ ଙ୍କ ୩ ପୁଅ ଙ୍କୁ ପାଠପଢା ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବାକୁ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟାହ୍ନ ୧ ଘଣ୍ଟା ରେ ରାସ୍ତା ଅବରୋଧ ହଟିଥିଲା। ତେବେ ଦିନ ୧୧ ଘଣ୍ଟା ରୁ ଦିନ ୨ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡି ଚଳାଚଳ ପ୍ରଭାବିତ ରହିଥିଲା। ଜାତୀୟ ରାଜପଥ ରେ ବେପରୁଆ ଗାଡି ଚାଳନା ଯୋଗୁଁ ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ପୁଲିସ ପ୍ରଶାସନ କଡା ପେଟ୍ରୋଲିଂ କରି ଦ୍ରୁତଗତି ରେ ଯାତାୟାତ କରୁଥିବା ଗାଡି ମୋଟର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।