Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁଙ୍ଗୁରି ଗ୍ରାମ ର ବିଶିଷ୍ଟ ପାଲା ଗାୟକ ଦଶରଥ ସାହୁ ଆଉ ନାହାନ୍ତି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରୀ ଗ୍ରାମର ବରିଷ୍ଠ ପାଳା ଗାୟକ ଦଶରଥ ସାହୁ (୬୨) ଙ୍କ ଦେହାନ୍ତ ହୋଇଯାଇଛି। ସନ୍ଧ୍ୟାରେ ଶରୀର ଭିଷଣ ଯନ୍ତ୍ରଣା ହେବାରୁ ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସ୍ବର୍ଗତ ସାହୁ ଜଣେ ଧାର୍ମିକ ତଥା ବିଭିନ୍ନ କଳାରେ ଗୁରୁ ଦାୟିତ୍ବ ବହନ କରୁଥିଲେ ଏବଂ ବିଶିଷ୍ଟ ପାଳା ଗାୟକ ଭାବେ ଜିଲ୍ଲା ରେ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଅଞ୍ଚଳର ଜଣାଶୁଣା ବ୍ୟକ୍ତିବିଶେଷ ଓ ପରିବାର ର ବନ୍ଧୁ ପରିଜନ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ସ୍ଥାନୀୟ ମହାନଦୀ ଘାଟରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲା । ପୁଅ ସଞ୍ଜିବ ସାହୁ ମୁଖାଗ୍ନୀ ଦେଇଥିଲେ।